ବଲିଉଡର ସବୁଠୁ ବଡ ସୁପରଷ୍ଟାର ଅଛନ୍ତି ଏହି ଫଟୋରେ, ଚିହ୍ନନ୍ତୁ

Published By : Prameya-News7 Bureau | September 10, 2019 IST

ମୁମ୍ବାଇ୧୦|୯: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କର ସମଗ୍ର ବିଶ୍ବରେ ଅଗଣିତ ଫ୍ୟାନ୍ସ ଅଛନ୍ତି। ବଲିଉଡକୁ ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଇଥିବା ସଲମାନଙ୍କ କ୍ରେଜ୍‌ ସବୁବେଳେ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ।

{"id":155749,"width":560,"height":310}

ସଲମାନ ନିଜ ପରିଶ୍ରମ ଦ୍ବାରା ଆଜି ବଲିଉଡର ଜଣେ ପ୍ରତିଷ୍ଠିତ ଅଭିନେତା ହୋଇପାରିଛନ୍ତି। ସାଧାରଣତଃ ଯୁବତୀମାନେ ତାଙ୍କ ବଡି ଓ ଚେହେରା ପାଇଁ ତାଙ୍କୁ ପସନ୍ଦ କରନ୍ତି। ହେଲେ ପିଲାବେଳେ ଏହି ବଲିଉଡ ଷ୍ଟାର ମଧ୍ୟ ସାଧାରଣ ପିଲାଙ୍କ ଭଳି ଦେଖାଯାଉଥିଲେ। ତେବେ ସଲମାନଙ୍କ ପିଲାବେଳର ଫଟୋ ଦେଖିଲେ ଅନେକ ଲୋକ ଆଶ୍ଚର୍ଯ୍ୟ ହେବେ।

{"id":155751}

ନିକଟରେ ସଲମାନଙ୍କ ଭାଇ ଅରବାଜ ଖାନ ସେମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର କରାଯାଇଥିବା ଫଟୋରେ ସଲମାନ ଖାନ, ଅରବାଜ ଖାନ, ଅଲବିରା ଓ ସୋହେଲ ଖାନ ଉପସ୍ଥିତ ଅଛନ୍ତି। ଫଟୋରେ ସଲାମାନ ଓ ଅରବାଜ ଏକା ସହ ଠିଆ ହୋଇଛନ୍ତି । ଉଭୟଙ୍କ ପରେ ଭଉଣୀ ଅଲବିରା ଓ ସୋହେଲ ଖାନ ଠିଆ ହୋଇଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.