Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସଲମାନ ଖାନ ବଦଳାଇଦେଲେ ଏହି ୫ଜଣ ଶିଶୁଙ୍କ ଭାଗ୍ୟ

27/09/2019 at 5:53 PM

ମୁମ୍ବାଇ୨୭|୯: ବଲିଉଡର ଦଙ୍ଗଲ ସଲମାନ ଖାନ ଜଣେ ଜବରଦସ୍ତ ଅଭିନେତା ହେବା ସହ ଜଣେ ଭଲ ମଣିଷ ମଧ୍ୟ। ନିଜ ଦମଦାର ଅଭିନୟ ପାଇଁ ସେ ବଲିଉଡରେ ରାଜ କରନ୍ତି। ସଲମାନ ଖାନ ଅନେକ ନ୍ୟୁକମରଙ୍କୁ ସୁଯୋଗ ଦେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ଦେଇଛନ୍ତି। ତେବେ ୫ଜଣ ଶିଶୁ କଳାକାରଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କ ଭାଗ୍ୟ ସଲମାନ ଖାନ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛନ୍ତି।   

୧- ସରତାଜ କକ୍କଡ

ବଲିଉଡ ସୁପରଷ୍ଟାର ସଲମାନ ଖାନ ସରତାଜ କକ୍କଡଙ୍କୁ ଫିଲ୍ମ ଟାଇଗର ଜିନ୍ଦା ହୈରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ଏହି ଫିଲ୍ମ ବ୍ୟତୀତ ସରତାଜ ଅନ୍ୟ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।

୨- ଅଲ୍ଲୀ ହାଜି

ସଲମାନ ଖାନଙ୍କ ଫିଲ୍ମ ପାର୍ଟନରରେ ଏହି ଶିଶୁ କଳାକାର ବହୁତ ଭଲ ଅଭିନୟ କରିଥିଲେ। ଅଲ୍ଲୀ ଆମୀର ଖାନଙ୍କ ସହ ମଧ୍ୟ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।  

୩-ଦିୟା ଚଲୱାଡ

ସଲମାନ ଖାନଙ୍କ ଫିଲ୍ମ କିକ୍‌ରେ ଅଭିନୟ କରିଥିବା ଏହି ଶିଶୁ କଳାକାର ଦିୟା ଚଲୱାଡ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ସେ ଅନ୍ୟ ହିନ୍ଦି ଫିଲ୍ମରେ ମଧ୍ୟ କାମ କରିଛନ୍ତି।

୪- ହର୍ଷାଲୀ ମାଲହୋତ୍ରା

ସଲମାନ ଖାନଙ୍କ ଫିଲ୍ମ ବଜରଂଗୀ ଭାଇଜାନରେ ହର୍ଷାଲୀ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ। ଫିଲ୍ମରେ ଦର୍ଶକ ହର୍ଷାଲୀଙ୍କୁ ହିଁ ପସନ୍ଦ କରିଥିଲେ। ହର୍ଷାଲୀ ଏବେ ଜଣେ ଶିଶୁ କଳାକାର ଭାବେ ବେଶ ଚର୍ଚ୍ଚାରେ ରୁହନ୍ତି।

 ୫- ମାତିନ ରେ ତାଙ୍ଗୁ

ସଲମାନ କାନଙ୍କ ଫିଲ୍ମ ଟ୍ୟୁବଲାଇଟ୍‌ରେ ଅଭିନୟ କରିଥିବା ୮ ବର୍ଷ ଶିଶୁ କଳାକାର ମାତିନଙ୍କ ଭାଗ୍ୟ ଏହି ଫିଲ୍ମ ଯୋଗୁଁ ବଦଳିଥିଲା। ବକ୍ସ ଅଫିସ୍‌ରେ ଫିଲ୍ମ କିଛି ବେଶି ଆୟ କରିନଥିଲା। ହେଲେ ମାତିନ ଏହି ଫିଲ୍ମ ପାଇଁ ଲାଇମଲାଇଟକୁ ଆସିଥିଲେ।  

  



   Related Posts