ଦିବଙ୍ଗତ ସଂଗୀତଜ୍ଞ ୱାଜିଦ ଖାନଙ୍କ ଜନ୍ମଦିନ ପାଳନ କଲେ ସଲମାନ, ଭାଇ ସାଜିଦଙ୍କ ସହ ମିଶି କାଟିଲେ କେକ୍

Published By : Prameya-News7 Bureau | October 09, 2021 IST

ମୁମ୍ବାଇ ୦୯/୧୦: କରୋନାର ପ୍ରଥମ ଲହର ସମୟରେ ମନୋରଞ୍ଜନ ଜଗତର ଅନେକ ତାରକା ଏହି ଦୁନିଆକୁ ବିଦାୟ ଦେଇଥିଲେ। ଋଷି କପୁର, ସୁଶାନ୍ତ ସିଂ ରାଜପୁତଙ୍କ ପରେ ମ୍ୟୁଜିକ୍ କମ୍ପୋଜର୍ ୱାଜିଦ୍ ଖାନଙ୍କ ମୃତ୍ୟୁ ସମଗ୍ର ଇଣ୍ଡଷ୍ଟ୍ରୀକୁ ଥରାଇ ଦେଇଥିଲା। ୱାଜିଦ ଖାନଙ୍କ ମୃତ୍ୟୁ ହେତୁ ସାଜିଦ-ୱାଜିଦଙ୍କ ଯୋଡି ସବୁଦିନ ପାଇଁ ଭାଙ୍ଗିଯାଇଥିଲା। ୱାଜିଦ୍ ଖାନଙ୍କ ଦେହାନ୍ତ ହେବା ୧ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଆଜି ବି ସାଜିଦ ଖାନ ତାଙ୍କ ଭାଇଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଚେଷ୍ଟା କରୁଛନ୍ତି।

wp:html
/wp:html

ନିକଟରେ ସଲମାନ ଖାନଙ୍କ ସହ ସାଜିଦ ଖାନ ତାଙ୍କ ସ୍ୱର୍ଗତ ଭାଇ ୱାଜିଦ ଖାନଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହାର ଏକ ଭିଡିଓ ସାଜିଦ ସେୟାର କରିଛନ୍ତି। ଯେଉଁଥିରେ ସାଜିଦ ଏବଂ ସଲମାନ ଖାନ ସ୍ୱର୍ଗତ କଳାକାରଙ୍କ ଜନ୍ମଦିନ କେକ୍ କାଟିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ସାଜିଦ ଖାନ ଏକ ଭାବପ୍ରବଣ କ୍ୟାପସନ ମଧ୍ୟ ଲେଖିଛନ୍ତି।

ସାଜିଦ ଲେଖିଛନ୍ତି- 'କିପରି କହିବୁ, ଆମେ ତୁମକୁ କେତେ ଚାହୁଁଛୁ। ଆମେ ତୁମକୁ ବହୁତ ଭଲ ପାଉ ୱାଜିଦ୍, ଏହି ଦୁନିଆ ତୁମକୁ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା।’ ସାଜିଦଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଉପରେ କମେଣ୍ଟ ଦେଇ ତାଙ୍କ ପ୍ରଶଂସକ ସ୍ୱର୍ଗତ କଳାକାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ସ୍ମରଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.