Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପାକିସ୍ତାନରେ ସଲମନଙ୍କ “ଭାରତ” ଫିଲ୍ମ ଇଦରେ ରିଲିଜ୍ ହେବ ନାହିଁ

17/02/2019 at 4:44 PM

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ପାକିସ୍ତାନ ଭୟ କରୁଛି ବୋଲି କୁହାଯାଉଛି। ତେଣୁ ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି ନିଆଯାଇଛି।। ସଲମାନ ଖାନଙ୍କ ଫିଲ୍ମ ପାକିସ୍ତାନରେ ଖୁବ ଭଲ ଆୟ କରେ। ସଲମାନଙ୍କ ତୁଳନାରେ ପାକିସ୍ତାନର କଳାକାର ଫିକା ପଡିଯାଆନ୍ତି। ପୁଲୱାମା ଆତଙ୍କୀ ହମଲା ପରେ ଏହି ଖବର ଭାଇରାଲ ହେଉଛି।
ଜୁନ ମାସ ୫ ତାରିଖରେ ଭାରତ ଫିଲ୍ମ ରିଲିଜ ହୋଇଥାନ୍ତା। ପାକିସ୍ତାନରେ ସଲମାନଙ୍କର ଫିଲ୍ମ ବକ୍ସ ଅଫିସରେ ଖୁବ୍‌ ଭଲ ବ୍ୟବସାୟ କରେ। ପାକିସ୍ତାନର ଡିଷ୍ଟିବ୍ୟୁଟର୍ସ ମଧ୍ୟ ଭାରତ ଚଳଚ୍ଚିତ୍ରକୁ ନେଇ ବେଶ ଉତ୍ସାହିତ ଥିଲେ । କାରଣ ସଲମାନଙ୍କ ଫିଲ୍ମରେ ଜବରଦସ୍ତ ଭିଡ ହୋଇଥାନ୍ତା। ସୂଚନାଯୋଗ୍ୟ ଯେ ଗତ ବର୍ଷ ମିନିଷ୍ଟ୍ରି ଅଫ ଇନଫରମେସନ ଏଣ୍ଡ ବ୍ରଡକାଷ୍ଟିଂ ଅଫ ପାକିସ୍ତାନ ଏହା ନିଷ୍ପତ୍ତି ନେଇଥିଲେ ଯେ ଇଦର ୨ ଦିନ ପୂର୍ବରୁ ଓ ଇଦର ୨ ସପ୍ତାହ ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ରିଲିଜ ହେବ ନାହିଁ।
ଏହି କାରଣରୁ ପାକିସ୍ତାନରେ ସଲମାନ ଖାନଙ୍କ ଫିଲ୍ମ ରେସ ୩ ମଧ୍ୟ ଇଦରେ ରିଲିଜ ହୋଇନଥିଲା। ତେବେ ଭାରତ ଫିଲ୍ମକୁ ଜଦି ପୂର୍ବରୁ ରିଲିଜ କରାଯିବ ତାହେଲେ ପାଇରେସି ମାମଲା ହୋଇପାରେ। ପୂର୍ବରୁ ମଧ୍ୟ ପାକିସ୍ତାନରେ ଅନେକ ପାଇରେସି ମାମଲା ଦେଖିବାକୁ ମିଳିଛି। ଭାରତ ଚଳଚ୍ଚିତ୍ରରେ ଭାରତ-ପାକିସ୍ତାନର ଅଲଗା ହେବା କାହାଣୀ ଦେଖା ଯାଇଛି। ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ କେଟ୍ରିନା ଅଭିନୟ କରୁଛନ୍ତି।

   Related Posts