Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦବଙ୍ଗ ଖାନଙ୍କ ଭଉଣୀ ଅର୍ପିତାଙ୍କ ଖୋଲାଚୁଟି ଫଟୋକୁ ନେଇ ଜମୁଛି ଚର୍ଚ୍ଚା

ମୁମ୍ବାଇ ୧୦|୨: ଲିଉଡ ଅଭିନେତା ସଲମାନ ଖାନଙ୍କର ଦୁଇ ଭଉଣୀ ଅଛନ୍ତି। ବଡ ଭଉଣୀଙ୍କ ନାଁ ଅଲବିରା ଖାନ ଓ ସାନ ଭଉଣୀଙ୍କ ନାଁ ଅର୍ପିତା ଖାନ। ଅର୍ପିତାଙ୍କୁ ସଲମାନଙ୍କ ପରିବାର ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସଲମାନଙ୍କ ବାପା ଅର୍ପିତାଙ୍କୁ ପାଳିଥିଲେ। ସଲମାନ କିନ୍ତୁ ଅର୍ପିତାଙ୍କୁ ନିଜ ଭଉଣୀଠୁ ମଧ୍ୟ ଅଧିକ ଭଲ ପାଆନ୍ତି। ଅର୍ପିତାଙ୍କ ପାଇଁ ସଲମାନଙ୍କ ଭଲ ପାଇବା ଖୁବ୍‌ ପ୍ରଚାରିତ। ୨୦୧୪ ମସିହାରେ ଅର୍ପିତା ତାଙ୍କ ପ୍ରେମିକ ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ।
 ଆଜିକାଲି ସୋସିଆଲ ମିଡିଆ ଅର୍ପିତା ଗୋଟେ ବିଷୟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ତଳେ ସ୍ୱାମୀ ଆୟୁଷଙ୍କ ସହ ଅର୍ପିତା ଡିନର କରିବାକୁ ଯାଇଥିଲେ। ଡିନର ପରେ ହୋଟେଲରୁ ବାହାରିବା ବେଳେ ମିଡିଆ ଅର୍ପିତାଙ୍କୁ ଘେରି ନେଇଥିଲା। ସେଦିନ ଅର୍ପିତା ଚୁଟି ଖୋଲା କରି ଯାଇଥିଲେ। ତେବେ ଏହି କାରଣରୁ ସେ ଟିକିଏ ଅଲଗା ଲାଗୁଥିଲେ ।
 ସେ ଭ୍ୟାମ୍ପ ଭ୍ୟାମ୍ପ ଲାଗୁଥିଲେ ବୋଲି ମିଡିାରେ ରିପୋର୍ଟ ହୋଇଥିଲା । ଏହାକୁ ନେଇ ଲୋକଙ୍କ ଭିତରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ଅର୍ପିତା ଟିକେ ଶ୍ୟାମଳୀ । ତା ସାଙ୍ଗକୁ ଟିକେ ମୋଟା ବି ହୋଇଯାଇଛନ୍ତି । ଏମିତିରେ ତାଙ୍କ ଖୋଲା ଚୁଟି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

 

 

220 Views

   ସମ୍ବନ୍ଧିତ ଖବର