ସୁଶାନ୍ତ ସିଂହଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ନିଜ ପ୍ରଶଂସକଙ୍କୁ ସଲମାନ୍ ଖାନଙ୍କ ଅପିଲ୍ – ‘ଖରାପ ଭାଷା ବ୍ୟବହାର କରନ୍ତୁନି, ପରିବାର ଓ ପ୍ରଶଂସକଙ୍କୁ ସମର୍ଥନ କରନ୍ତୁ’
21/06/2020 at 11:50 AM

ମୁମ୍ବାଇ ୨୧/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପୁରା ଦେଶକୁ ଦୋହଲାଇ ଦେଇଛି | ବଲିଉଡ ଜଗତରୁ ଆରମ୍ଭ କରି ତାଙ୍କ ପ୍ରଶଂସକ ଏବେ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି | କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ତାଙ୍କ ପ୍ରଶଂସକ ତାଙ୍କୁ ମନେପକାଉଚନ୍ତି | ବିଦେଶରେ ମଧ୍ୟ ତାଙ୍କ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ବଲିଉଡ ତଥା ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଲୋକ ସୁଶାନ୍ତ ସିଂହଙ୍କ ପ୍ରତି ଶୋକ ବ୍ୟକ୍ତି କରିଛନ୍ତି | ଅନେକ ଲୋକ କହିଛନ୍ତି ଯେ ସୁଶାନ୍ତଙ୍କୁ ଯେତେବେଳେ ଆବଶ୍ୟକ ଥିଲା ସେତେବେଳେ ବଲିଉଡର କେହି ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିଲେ | ସୋସିଆଲ ମିଡ଼ିଆରେ ଲୋକେ ଷ୍ଟାର କିଡ୍, କରନ ଜୋହର, ସଲମାନ୍ ଖାନ୍ ସମେତ ଅନେକ ସେଲିବ୍ରିଟିଙ୍କୁ ସୁଶାନ୍ତଙ୍କ ନିଧନ ପାଇଁ ଦାୟୀ କହିଛନ୍ତି |
ଦିବଂଗତ ଅଭିନେତା ସୁଶାନ୍ତ ସିଂହଙ୍କ ପ୍ରଶଂସକ ମିଡ଼ିଆରେ ହାସଟ୍ୟାଗ ଜଷ୍ଟିସ ଫର ସୁଶାନ୍ତ ସିଂହ ରାଜପୁତକୁ ଟ୍ରେଣ୍ଡ ମଧ୍ୟ କରିଛନ୍ତି | ବର୍ତ୍ତମାନ ସଲମାନ ଖାନ ଟ୍ୱିଟରରେ ନିଜ ପ୍ରଶଂସକଙ୍କୁ ଏକ ମେସେଜ ଦେଇଛନ୍ତି | ସେ କହିଛନ୍ତି ଯେ ସେମାନେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କୁ ସମର୍ଥନ କରନ୍ତୁ | ସେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ନିଜର ସମସ୍ତ ପ୍ରଶଂସକଙ୍କୁ ଅପିଲ କରୁଛି ଯେ ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହିତ ଛିଡା ହୁଅନ୍ତୁ ଏବଂ ତାଙ୍କ ପ୍ରତି ଖରାପ ଭାଷା ବ୍ୟବହାର ନ କରନ୍ତୁ | ତାଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ | ଏହି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସାହାରା ଦିଅନ୍ତୁ, ତାଙ୍କୁ ସମର୍ଥନ କରନ୍ତୁ | ନିଜର କେହି ଏହି ଦୁନିଆରୁ ଚାଲିଯିବା ଅତ୍ୟନ୍ତ ଦୁଃଖଦ ଘଟଣା |’
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ସଲମାନ ଖାନଙ୍କୁ ଟ୍ରୋଲ କରାଯାଉଛି | ସଲମାନ ଖାନଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କୁ ପୂର୍ବ ଭଳି ଆକ୍ଷେପ କରିବେ ନାହିଁ | କିଛି ଦିନ ପୂର୍ବରୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନ ଖାନଙ୍କ ବିଙ୍ଗ ହ୍ୟୁମନ ଷ୍ଟୋର ସମ୍ମୁଖରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକମାନେ ବିରୋଧ ପ୍ରଦର୍ଶନ କରିଥିଲେ | ବିରୋଧ ପ୍ରଦର୍ଶନ ସମୟରେ ଷ୍ଟୋର ସାମ୍ନାରେ ଲାଗିଥିବା ସଲମାନ ଖାନଙ୍କ ପୋଷ୍ଟର ଫାଡ଼ିଦେବା ପାଇଁ ମଧ୍ୟ ପ୍ରଦର୍ଶନକାରୀ କହିଥିଲେ | ତାଛଡା ସେମାନେ ସଲମାନ ଖାନ ମୁର୍ଦାବାଦ ନାରା ମଧ୍ୟ ଦେଇଥିଲେ |