Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିୟଲିଟି ଶୋ ରେ ଷ୍ଟେଜ୍ ଉପରୁ ଟଙ୍କା ଗୋଟାଇଲେ ସଲମାନ୍ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ : ହେଲେ କାହିଁକି?

19/05/2020 at 1:56 PM

ମୁମ୍ବାଇ ୧୯/୫: ଲକଡାଉନରେ ସୁପରଷ୍ଟାର ସଲମାନ୍‌ ଖାନ୍ ପରିବାର ସହ ପନଓ୍ବେଲ୍ ସ୍ଥିତ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି। ଏଠାରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମନାକୁ ଆସିଛି। ଏବେ ତାଙ୍କର ଏପରି ଏକ ଭିଡିଓ ସାମନାକୁ ଆସିଛି ଯାହାକୁ ଦେଖି କେହି ବି ବିଶ୍ବାସ କରିବେ ନାହିଁ।  ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଜୋରସୋରରେ ଭାଇରାଲ୍ ହେଉଛି।

https://www.instagram.com/p/CAUZ4CghKBK/?utm_source=ig_embed

ଭିଡିଓରେ ସଲମାନ ଏକ ରିୟଲିଟି ଶୋ ରେ ନଜର ଆସିଛନ୍ତି। ଷ୍ଟେଜରେ ତାଙ୍କ ସହ କ୍ୟାଟ୍ରିନା କୈଫ ମଧ୍ୟ ଅଛନ୍ତି। ଶୋ କୁ ଆଦିତ୍ୟ ନାରାୟଣ ହୋଷ୍ଟ୍ କରୁଛନ୍ତି। ଆଦିତ୍ୟ,ସଲମାନ୍ ଖାନଙ୍କୁ କିଛି କହୁଛନ୍ତି ସେତେବେଳେ ସଲମାନ୍ ହଠାତ୍ ତଳେ ବସି ଫ୍ଲୋରରେ ପଡ଼ିଯାଇଥିବା ନୋଟ୍ ଉଠାଉଛନ୍ତି। ଭିଡିଓରେ ପରିଷ୍କାର ଭାବେ ଦେଖାଯାଉଛି ଯେ ସଲମାନ ଟଙ୍କାର ମୂଲ୍ୟ ବହୁତ ଭଲଭାବେ ଜାଣିଛନ୍ତି। ସଲମାନଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି।

ସଲମାନ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ରାଧେ ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ ରେ କପ୍ ଅଫିସର ଭୂମିକାରେ ନଜର ଆସିବେ। ଫିଲ୍ମରେ ଦିଶା ପଟାନୀ ତାଙ୍କ ଅପୋଜିଟରେ ଅଛନ୍ତି। ଫିଲ୍ମର ନିର୍ଦେଶନା ପ୍ରଭୁ ଦେବା କରୁଛନ୍ତି।

   Related Posts