ସଲମାନ ଖାନଙ୍କୁ ବନ୍ଧୁ ବୋଲି କହି ନିଜ ମନକଥା ପ୍ରକାଶ କରିଦେଲେ କଂଗନା

Published By : Prameya-News7 Bureau | January 18, 2019 IST

ମୁମ୍ବାଇ୧୮|୧: ବଲିଉଡ କୁଇନ ନାମରେ ପରିଚିତ କଂଗନା ରଣାୱତ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ରଣାୱତ ଅଭିନୟ ସହ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶିକା । ହିନ୍ଦି ସିନେମା ଜଗତରେ କଂଗନା ଜଣେ ଦାମୀ ଅଭିନେତ୍ରୀ। ଅନେକ ଆୱାର୍ଡ ହାସଲ କରିଥିବା ଅଭିନେତ୍ରୀ କଂଗନା ଖୁବ କମ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ।

{"id":75398,"width":590,"height":443}

୧୯୮୭ ମସିହା, ମାର୍ଚ୍ଚ ୨୩ ତାରିଖ ହିମାଚଳ ପ୍ରଦେଶର ରାଜପୁତ ପରିବାରରେ କୁଇନଙ୍କ ଜନ୍ମ ହୋଇଥିଲା। ଛୋଟ ସହରରେ ଜନ୍ମ ହୋଇଥିବା କଂଗନା ତାଙ୍କ କ୍ୟାରିଅରରେ ତିନିଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ଏବଂ ଚାରଟି ଫିଲ୍ମଫେଆର ଆୱାର୍ଡ ପାଇଛନ୍ତି । ତାଙ୍କ ମା ବାପା ଚାହୁଁଥିଲେ ଯେ କଂଗନା ଭବିଷ୍ୟତରେ ଡାକ୍ତର ହୁଅନ୍ତୁ କିନ୍ତୁ ସେ ତାଙ୍କ କ୍ୟାରିଅର ନିଜେ ବାଛିଥିଲେ। ଦୃଢ ଚେଷ୍ଟା ପରେ ୧୬ ବର୍ଷ ବୟସରେ ଦିଲ୍ଲୀ ଯାଇଥିଲେ କଂଗନା। ଦିଲ୍ଲୀରେ ରଣାୱତ ମଡେଲିଂ ଆରମ୍ଭ କରିଥିଲେ ଏବଂ ମଡେଲ ହେବାର ସଫଳତା ମଧ୍ୟ ହାସଲ କରିଥିଲେ। ମଞ୍ଚ ନିର୍ଦ୍ଦେଶକ ଅରବିନ୍ଦ କୌର କଂଗନାକୁ ଟ୍ରେନିଂ ଦେଲା ପରେ ସେ ବଲିଉଡ ଫିଲ୍ମରେ ଡେବ୍ୟୁ କରିଥିଲେ।

{"id":75400,"width":596,"height":333}

୨୦୦୬ ମସିହାରେ ରିଲିଜ ହୋଇଥିବା ଗେଙ୍ଗଷ୍ଟାର ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ କଂଗନା। ରାଜ ଦ ମିଷ୍ଟ୍ରି କଣ୍ଟିନ୍ୟୁଜ, କ୍ରିସ ୩, ତନୁ ୱେଡସ ମନୁ, କୁଇନ, ତନୁ ୱେଡସ ମନୁ ରିର୍ଟନସ ଭଳି କିଛି ସିନେମାରୁ କଂଗନା ବେଶ ପ୍ରତିଷ୍ଠା ଲାଭ କରିଥିଲେ। ରଣାୱତ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ମଣିକର୍ଣ୍ଣିକା ଦ କୁଇନ ଅଫ ଝାଂସି ପାଇଁ ଖୁବ ଉତ୍ସୁକ ଅଛନ୍ତି।

{"id":75401,"width":597,"height":376}

ଫିଲ୍ମର ପ୍ରମୋସନ ସମୟରେ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ସିକ୍ରେଟ ପ୍ରକାଶ ହୋଇଥିଲା। ସାକ୍ଷାତକାରରେ କଂଗନାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ସଲମାନଙ୍କ ସହ ପୁଣି କାମ କରିବାକୁ ଚାହୁଁଛନ୍ତି କି? ସଲମାନ ତାଙ୍କର ବହୁତ ଭଲ ବନ୍ଧୁ ବୋଲି କଂଗନା କହିଥିଲେ। ସଲମାନଙ୍କ ସହ ତାଙ୍କୁ ଫିଲ୍ମ କରିବା ପ୍ରସ୍ତାବ ଆସିଲେ, କଂଗନା ଖୁସି ଖୁସି ଗ୍ରହଣ କରିବେ ବୋଲି କହିଛନ୍ତି। ଉଭୟଙ୍କ ମଧ୍ୟରେ କେବେ କିଛି ବିବାଦୀୟ ଘଟଣା ଘଟିନାହିଁ। ଏହା ସତ୍ୱେ କଂଗନା ସଲମାନଙ୍କ ସହ ସୁଲତାନ ଫିଲ୍ମରେ କାମ କରିବେନି ବୋଲି ମନା କରିଥିଲେ। କଂଗନା ନିଜେ କହିଛନ୍ତି ଯେ ସଲମାନ ତାଙ୍କର ବହୁତ ପ୍ରଶଂସା କରନ୍ତି। ଅଭିନୟ ହେଉ କିମ୍ୱା ନିର୍ଦ୍ଦେଶନା ସଲମାନଙ୍କ ସହ କାମ କରିବାର ଅଫର କଂଗନା ସ୍ୱିକାର କରିବେ। ରଣାୱତଙ୍କର ଆଗାମୀ ଚଳଚ୍ଚିତ୍ର ଜାନୁଆରୀ ୨୫ ତାରିକରେ ମୁକ୍ତିଲାଭ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.