ଦୀପାବଳି ପାର୍ଟିରେ ୟୁଲିଆ ଭଣ୍ଟୁରଙ୍କ ସହ ପହଞ୍ଚିଲେ ସଲମାନ, ଫ୍ୟାନ୍ସ କଲେ ଟ୍ରୋଲ୍...

Published By : Prameya-News7 Bureau | November 04, 2021 IST

ମୁମ୍ବାଇ ୦୪/୧୧: ଦୀପାବଳି ଅବସରରେ ଅନେକ ବଲିଉଡ ଷ୍ଟାର ନିଜ ଘରେ ଦୀପାବଳି ପାର୍ଟିର ଆୟୋଜନ କରନ୍ତି। ସେହିପରି ଜଣାଶୁଣା ନିର୍ମାତା ରମେଶ ତୌରାନୀ ତାଙ୍କ ଘରେ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ବଲିଉଡର ଅନେକ ପ୍ରସିଦ୍ଧ ଚେହେରାକୁ ଦେଖିବାକୁ ମିଳିଥିଲା। ରମେଶ ତୌରାନୀଙ୍କ ଦୀପାବଳି ପାର୍ଟୀରେ ସଲମାନ ଖାନ ତ ଯୋଗ ଦେଇଥିଲେ, କିନ୍ତୁ ସାଥିଲେ ୟୁଲିଆ ଭଣ୍ଟୁର ବି ନଜର ଆସିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସଲମାନ ଖାନ ତାଙ୍କ ଗର୍ଲଫ୍ରେଣ୍ଡ ଇଉଲିଆ ଭଣ୍ଟୁରଙ୍କ ସହ ପାର୍ଟୀରେ ପହଞ୍ଚିଥିଲେ। ସଲମାନ ଖାନ ଏକ ବ୍ଲାକ୍ ସାର୍ଟ ଏବଂ ଜିନ୍ସ ପିନ୍ଧି ପାର୍ଟୀରେ ଦବଙ୍ଗ ଲୁକ୍ ଦେଉଥିବାର ନଜର ଆସିଥିଲେ। ଅନ୍ୟପକ୍ଷରେ, ୟୁଲିଆ ବ୍ଲାକ୍ ପୋଲ୍କା ଡଟ୍ ସାଢୀରେ କ୍ୟାମେରା ଆଗରେ ପୋଜ୍ ଦେଉଥିବାର ନଜର ଆସିଥିଲେ। ଏହି ସମୟରେ, ୟୁଲିଆ ମିଡିଆ ସାମ୍ନାରେ ପୋଜ୍ ଦେଇ ଅନେକ ଫଟୋ କ୍ଲିକ୍ କରିଥିଲେ।

ସଲମାନ ଖାନ ଏବଂ ଇଉଲିଆ ଭଣ୍ଟୁରଙ୍କ ସମ୍ପର୍କର ଖବର ଅନେକ ବର୍ଷ ଧରି ରହିଆସିଛି। ଯଦିଓ ୟୁଲିଆ ଅନେକ ଥର ସଲମାନ ଖାନଙ୍କୁ କେବଳ ତାଙ୍କର ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ କିନ୍ତୁ ସଲମାନ ଆଜି ପର୍ଯ୍ୟନ୍ତ ଏହି ଆଲୋଚନା ଉପରେ ନୀରବ ରହିଛନ୍ତି। ଏହା ସତ୍ତ୍ୱେ ଯେତେବେଳେ ପ୍ରଶଂସକଙ୍କ ଆଖି ୟୁଲିଆ ଏବଂ ସଲମାନଙ୍କ ଉପରେ ପଡିଗଲା, ଆଲୋଚନାର ବଜାର ପୁଣି ଥରେ ତାଜା ହୋଇଗଲା। ଲୋକମାନେ ସୋସିଆଲ ମିଡିଆରେ ସଲମାନ ଏବଂ ଇଉଲିଆଙ୍କ ବିଷୟରେ କ୍ରମାଗତ କମେଣ୍ଟ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.