Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କ୍ୟାଟ୍ରିନାଙ୍କ ବିବାହରେ ସଲମାନଙ୍କ ପରିବାର ଯୋଗ ଦେବା ନେଇ ମୁହଁ ଖୋଲିଲେ ଅର୍ପିତା , କହିଲେ-‘ଏପର୍ଯ୍ୟନ୍ତ ଆମକୁ କୌଣସି…

2/12/2021 at 11:33 AM

ନୂଆଦିଲ୍ଳୀ ୦୨।୧୨ : ଖୁବ୍‌ଶୀଘ୍ର କନିଆ ବେଶରେ ଝଲସିବେ ବଲିଉଡର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍‌। ଆସନ୍ତା ୯ ତାରିଖରେ ହେବ ଏହି ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ ଏହି ଦମ୍ପତି  ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍‌ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ। କ୍ୟାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟ୍‌ଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି।

ଏପରିକି ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଏସ୍‌ଓପି ମଧ୍ୟ ଜାରି କରିଥିବା ନେଇ ସୂଚନା ମିଳିଛି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା ଯାଏଁ ସବୁ କିଛି ଫାଇନାଲ୍‌ ହୋଇ ସରିଲାଣି। ହେଲେ କ୍ୟାଟ୍ରିନାଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ଯୋଗ ଦେବେ ନା ନାହିଁ ତାହାକୁ ନେଇ ଚାଲିଛି ଚର୍ଚ୍ଚା। । ହେଲେ ତାଙ୍କ ବିବାହରେ ସଲମାନଙ୍କ ଉପସ୍ଥିତ ରହିବେ ନା ନାହିଁ ସେ ନେଇ ବି-ଟାଉନ୍‌ରେ ଗସିପ୍‌ ଜୋରି ଧରିଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଭଉଣୀ ଅର୍ପିତା ଖାନ୍‌।

ସଲମାନଙ୍କ ଭଉଣୀ ଅର୍ପିତା,ଅଲଭିରା ଓ ତାଙ୍କ ପରିବାର ସଦସ୍ୟଙ୍କ ସହ କ୍ୟାଟ୍ରିନାଙ୍କର ବନ୍ଧୁତା ରହିଛି । ବିକି-କ୍ୟାଟଙ୍କ ବିବାହରେ ଖାନ୍‌ ପରିବାରର କେଉଁ ସଦସ୍ୟ ଉପସ୍ଥିତ ରହିବେ ପଚରା ଯିବାରୁ ଅର୍ପିତା ଓ ଅଲଭିରା କହିଛନ୍ତି ଏ ଯାଏଁ ତାଙ୍କୁ କୌଣସି ପ୍ରକାରର ନିମନ୍ତ୍ରଣ ପତ୍ର ମିଳି ନାହିଁ । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଅର୍ପିତା । 

   Related Posts