‘ରାଧେ’ରେ ବି ପୋଲିସ୍ ଲୁକରେ ନଜର ଆସିବେ ସଲମାନ ଖାନ୍ : ଏପରି ହେବ ଫିଲ୍ମର କାହାଣୀ

Published By : Prameya-News7 Bureau | October 09, 2019 IST

ମୁମ୍ବାଇ ୯/୧୦: ବଲିଉଡ ଅଭିନେତା ସଲମାନ ଖାନ୍ ନିଜ ଫିଲ୍ମ ‘ଦବଙ୍ଗ ୩’ ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମର ସୁଟିଙ୍ଗ ନିକଟରେ ସମାପ୍ତ ହୋଇଛି। ସଲମାନ ଖାନ୍ ନିଜେ ଏକ ଭିଡିଓ ଜରିଆରେ ଏହା ଜଣାଇଛନ୍ତି। ଏବେ ଫ୍ୟାନମାନେ ସଲମାନଙ୍କ ଆସନ୍ତା ଇଦରେ ରିଲିଜ ହେଉଥିବା ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି। ସମସ୍ତେ ସଲମାନଙ୍କ ଅଫିସିଆଲ ଆନାଉନ୍ସମେଣ୍ଟକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ନାଁ ହେଉଛି ‘ରାଧେ’।

{"id":167957}

ଖାସ୍ କଥା ହେଉଛି ଏହା ଯେ ଏହି ଫିଲ୍ମରେ ସଲମାନ ଖାନ୍ ପୁଣି ଥରେ ଜଣେ ପୋଲିସ୍ ଅଫିସରଙ୍କ ଭୂମିକାରେ ନଜର ଆସିବେ। ଏହା ସହିତ କୁହାଯାଉଛି ଯେ ଫିଲ୍ମଟି ଏକ କୋରିଆନ ଫିଲ୍ମର ରିମେକ୍। ଏହି ଫିଲ୍ମର ନିଦ୍ଦେଶନା ଦେବେ ପ୍ରଭୁଦେବା। ଏବେ ଏହି ଫିଲ୍ମ ସମ୍ବନ୍ଧିତ ଏକ ନୂଆ ଖବର ସାମନାକୁ ଆସିଛି। କୁହାଯାଉଛି ଯେ ‘ଦବଙ୍ଗ ୩’ ପରେ ‘ରାଧେ’ରେ ସଲମାନଙ୍କ ପୋଲିସ୍ ଲୁକ୍ ସାମନାକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.