ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଓଜନ କମ୍ କରିବା ପାଇଁ ପରାମର୍ଶ ଦେଇଥିଲେ ସଲମାନ ଖାନ
1/08/2019 at 5:36 PM

ମୁମ୍ବାଇ୧|୮: ବଲିଉଡ ସୁଲତାନ ସଲମାନ ଖାନ ଓ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ସୋନାକ୍ଷୀଙ୍କ ଆଗାମୀ ଫିଲ୍ମ ଖାନଦାନୀ ସଫଖାନା କାଲି ରିଲିଜ ହେବ। ଏହି ଫିଲ୍ମରେ ବାଦଶାହ ଓ ବରୁଣ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ଅଗଷ୍ଟ ୧୫ରେ ରିଲିଜ ହେଉଥିବା ମଲ୍ଟୀଷ୍ଟାର ଫିଲ୍ମ ମିଶନ ମଙ୍ଗଲରେ ମଧ୍ୟ ସୋନାକ୍ଷୀ ନଜର ଆସିବେ।

ସଲମାନ ଖାନଙ୍କ ସହ ଦବଙ୍ଗ ୩ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୋନାକ୍ଷୀ। ସୂଚନାଯୋଗ୍ୟ ଯେ, ଦବଙ୍ଗ ଫିଲ୍ମରେ ସଲମାନ ସୋନାକ୍ଷୀଙ୍କୁ ଲଂଚ କରିଥିଲେ। ସୋନାକ୍ଷୀ କହିଥିଲେ ଯେ, ଏକ ଫ୍ୟାସନ ସୋରେ ସେ ଅଡିଏନ୍ସ ମ୍ୟାନେଜର ଭାବେ କାମ କରୁଥିଲେ।

ସେଠାରେ ସଲମାନ ଦର୍ଶକ ଭାବେ ଉପସ୍ଥିତ ଥିଲେ। ସଲମାନ ସେଠାରେ ସୋନାକ୍ଷୀଙ୍କୁ ଦେଖି ଓଜନ କମ କରିବାକୁ ପରାମର୍ଶ ଦେଇଥିଲେ। କାରଣ ସଲମାନ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ।

ସେଦିନ ସଲମାନ ତାଙ୍କୁ କହିଥିଲେ ଯେ, କିଛିଦିନ ଭିତରେ ସୋନାକ୍ଷୀଙ୍କୁ ସେ ଏକ ଖୁସୀ ଖବର ଦେବେ । ତେବେ ଏଥିପାଇଁ ସୋନାକ୍ଷୀଙ୍କୁ ତାଙ୍କୁ ଟ୍ରିଟ ଦେବାକୁ ପଡିବ । ସେତେବେଳେ ସୋନାକ୍ଷୀଙ୍କ ପାଖରେ ମାତ୍ର ୩୦୦୦ ଟଙ୍କା ଥିଲା। ସଲମାନଙ୍କୁ ଟ୍ରିଟ୍ ଦେବା ପାଇଁ ସୋନାକ୍ଷୀଙ୍କୁ ବହୁତ ଲାଜ ଲାଗିଥିଲା। ତେବେ ସଲମାନଙ୍କ ପାଇଁ ସେ ନିଜ ଓଜନ କମ କରିଥିଲେ ବୋଲି କହିଥିଲେ ସୋନାକ୍ଷୀ।