Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ମନା କଲେ ସଲ୍‌ମାନ୍

4/10/2019 at 3:06 PM

ମୁମ୍ବାଇ୪|୧୦: ଦବଙ୍ଗ୍ ଖାନ୍ ସଲ୍‌ମାନ୍‌ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କୁ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତା ବର୍ଷ ଇଦ୍‌କୁ ରିଲିଜ କରାଯିବାର ଯୋଜନା ଚାଲିଛି। ଇଦ୍‌କୁ ଦୃଷ୍ଟିରେ ରଖି ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ନିକଟରେ ଏହି ଫିଲ୍ମକୁ ନେଇ ଦୁଇଟି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ହେଉଛି ଏହି ଫିଲ୍ମର ନାଁ ‘ରାଧେ’ ରଖାଯିବ ନାହିଁ। ଏହାର ନାଁ ଅନ୍ୟକିଛି ରଖାଯିବ। ଏହି ବିଷୟରେ କ୍ରୁ ସଦସ୍ୟଙ୍କ ସହ ନିଜେ ସଲ୍‌ମାନ୍ ସ୍ପଷ୍ଟ କରିଛନ୍ତି।

ଏକ ସାକ୍ଷାତକାରରେ ସଲମାନ କହିଛନ୍ତି ଯେ ପ୍ରଭୁଦେବା ଓ ସେ ନିଜେ ମିଶି ଏକ ଫିଲ୍ମ କରୁଛନ୍ତି। ଏହି ଫିଲ୍ମଟି ଇଦ୍‌ରେ ରିଲିଜ୍ ହେବ। ଫିଲ୍ମକୁ ନେଇ ଦ୍ବିତୀୟ କଥାଟି ହେଉଛି, ପ୍ରଥମେ ଏହି ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଘୋଷଣା କରାଯାଇଥିଲା। ପ୍ରିୟଙ୍କାଙ୍କ ସହ ସଲମାନଙ୍କ ଯୋଡି ମୁଝସେ ସାଦି କରୋଗେରୁ ହିଟ୍‌ ହୋଇଥିଲା। ହେଲେ ସଲ୍‌ମାନ୍ ପ୍ରିୟଙ୍କାଙ୍କ ସହ କାମ କରିବେ ନାହିଁ ବୋଲି କହିଛନ୍ତି।

ପରେ ଏହି ସିନେମାରେ କ୍ୟାଟ୍ରିନାଙ୍କୁ କାଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଫିଲ୍ମ ପାଇଁ ଜ୍ୟାକ୍‌ଲିନ୍‌ଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଇଥିଲା। ହେଲେ ଶେଷରେ କ୍ୟାଟ୍ରିନାଙ୍କୁ ବଛା ଯାଇଥିଲା। ଦର୍ଶକ ମଧ୍ୟ ସଲମାନ ଓ କ୍ୟାଟ୍ରିନାଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି। ଅବଶ୍ୟ ଏ ନେଇ ସଲମାନ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ତେବେ ପ୍ରିୟଙ୍କା ସହ କାମ କରିବାକୁ ସଲ୍‌ମାନ୍ ମନା କରିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ହେଲେ ବୋଧ ଦୁଏ ସଲ୍‌ମାନ୍ ଗତବର୍ଷର ସେହି କଥାକୁ ଭୁଲି ନାହାନ୍ତି। ପ୍ରଥମେ ‘ଭାରତ’ ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ବଛା ଯାଇଥିଲା। ଏକ ଲମ୍ବା ସମୟ ପରେ ପ୍ରିୟଙ୍କାଙ୍କୁ ଏଥିରେ ସଲ୍‌ମାନ୍‌ଙ୍କ ସହ ଦେଖିବାକୁ ମିଳିଥାନ୍ତା।

କିନ୍ତୁ ପରେ ପ୍ରିୟଙ୍କା ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ପ୍ରିୟଙ୍କା ଫିଲ୍ମରେ ଅଭିନୟ କରିବେନି ବୋଲି ନିଜେ କହିଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ‘ଭାରତ’ର ନିର୍ଦ୍ଦେଶକ ଅଲି ଆବାସ୍ ଜାଫର୍ ସେତେବେଳେ ଟୁଇଟ୍‌ କରି କହିଥିଲେ ଯେ ନିଜ ବାହାଘର ପାଇଁ ପ୍ରିୟଙ୍କା ଏ ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ପ୍ରିୟଙ୍କାଙ୍କର ଏହି ନିଷ୍ପତ୍ତକୁ ଫିଲ୍ମର ପ୍ରଯୋଜକ ନିଖିଲ୍ ନମିତ୍ ପସନ୍ଦ କରି ନଥିଲେ। ସଲ୍‌ମାନ୍ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ହେଲେ ସେ ପ୍ରିୟଙ୍କାଙ୍କ ଉପରେ ରାଗି ଥିଲେ ବୋଲି କୁହାଯାଉଛି।

 

   Related Posts