ସଲମାନଙ୍କ କାନାଡା ଓ ୟୁଏସ୍ ଟୁର ବାତିଲ, ଜାଣନ୍ତୁ କାରଣ

Published By : Prameya-News7 Bureau | September 09, 2019 IST

ସଲମାନ ଖାନଙ୍କ ଚଳିତମାସରେ ପ୍ରସ୍ତାବିତ କାନାଡା ଓ ଆମେରିକା ଗସ୍ତ ବାତିଲ ହୋଇଯାଇଛି। ସେ ନିଜେ ଏହି ଘୋଷଣା କରିଥିବା ବେଳେ ଆଗାମୀ ବର୍ଷ ଏ ନେଇ ବିଚାର କରିବେ ବୋଲି କହିଛନ୍ତି। ତେବେ ଏହି ଗସ୍ତକାଳରେ ସଲମାନ ଏକ ଇଭେଣ୍ଟରେ ଭାଗ ନେବା ସହ କିଛି ଖାସ ସେସନ୍ସରେ ବି ଯୋଗ ଦେଇଥାନ୍ତେ। ହେଲେ ଅଚାନକ ନିଷ୍ପତ୍ତି ବଦଳେଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗାୟକ କମାଲ ଖାନଙ୍କ ସହିତ ସଲମାନ ଏହି ଟୁର କରିଥାନ୍ତେ। ଏଥିରେ ପରେ ସେମାନଙ୍କ ସହ ମିକା ସିଂହ ବି ଭାଗନେଇଥାନ୍ତେ। ହେଲେ ସଲମାନ ନିଜ ଆଡୁ ଓହରି ଯାଇଛନ୍ତି।

{"id":155516}

ତେବେ ସଲମାନଙ୍କ ଏଭଳି ନିଷ୍ପତ୍ତି ପଛରେ ବି ଏକ କାରଣ ଥିବା ଅନୁମାନ କରାଯାଉଛି। ନିକଟରେ ମିକା ସିଂହ ପାକିସ୍ତାନରେ ଏକ କାର୍ଯ୍ୟକ୍ରମ କରିଥିଲେ। ତେବେ ଏଥିଲାଗି ଏଫଡବ୍ଲୁଆସିଇ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ସେ କ୍ଷମାଯାଚନା କରି ମାମଲାର ରଫାଦଫା କରିଦେଇଛନ୍ତି। ହେଲେ  ତାଙ୍କ ସହ ଏବେ କେହି ସହଯୋଗୀ ଆଉ ପରଫର୍ମ କରିବାକୁ ରାଜି ହେଉ ନାହାନ୍ତି। ଏହିକ୍ରମରେ ଆମେରିକା ଟୁର ବେଳେ କିଛି ଓଲଟାପାଲଟା ହେବା ଆଶଙ୍କା କରି ସଲମାନ ଏଥିରୁ ଓହରି ଯାଇଛନ୍ତି।

{"id":155517}

ତେବେ ଭାରତରେ ସଲମାନ ଏବେ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ ପାଇଁ  ସୁଟିଂ କରୁଥିବା ବେଳେ ପରେ ବିଗବସ୍ -୧୩ ଲାଗି କାମ କରିବେ। ଏଣୁ ଟୁର ଯୋଗୁ ତାଙ୍କର ଉଭୟ କାମରେ ବାଧା ସୃଷ୍ଟି ହେବା ଆଶଙ୍କା କରି ସେ କାର୍ଯ୍ୟକ୍ରମକୁ ଆଗାମୀ ବର୍ଷକୁ ଟାଳି ଦେଇଛନ୍ତି। ତେବେ ମିକା ଅନୁଚ୍ଛେଦ ୩୭୦କୁ ନେଇ ଭାରତ ଓ ପାକ୍ ମଧ୍ୟରେ ଅଶାନ୍ତି ଜାରିଥିବା ବେଳେ ପାକିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁର୍ଶଫଙ୍କ ଜନୈକ ସମ୍ପର୍କିୟଙ୍କ ବିବାହଉତ୍ସବରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥିଲାଗି ତାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଥିଲା ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.