ଜେଲ୍‌ ଯିବାକୁ ପ୍ରଧାନମନ୍ତ୍ରୀଙ୍କୁ ଧମକ ! ପୋଲିସକୁ ଫୋନ୍‌ କରି ଅଦ୍ଭୁତ କାଣ୍ଡ କଲା ସଲମାନ, ତାର ଇଚ୍ଛା ଶୁଣି ତାଜୁବ ହୋଇଗଲେ ତଦନ୍ତକାରୀ ଟିମ୍‌

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୪/୬: ଜେଲ୍‌ ଯିବାକୁ କିଛି ବି କରିପାରେ। ଜେଲ୍‌ରେ ରହିବାକୁ ଏତେ ଇଚ୍ଛା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲା ଯୁବକ। ଖୋଦ ପୋଲିସକୁ ଫୋନ୍‌ କରି ଯୁବକ ଏହି ଧମକ ଦେଇଥିବା ଜଣାପଡ଼ିଛି। ଯୁବକର ନାଁ ସଲମାନ ହୋଇଥିବା ବେଳେ ବୟସ ୨୨ ବର୍ଷ ବୋଲି କୁହାଯାଉଛି। ଗୁରୁବାର ରାତିରେ ନିଶାଶକ୍ତ ଅବସ୍ଥା​‌ରେ ସଲମାନ ପୋଲିସକୁ କଲ୍‌ କରିଥିବା ଜଣାପଡ଼ିଛି।

ମାମଲାଟି ରାଜଧାନୀ ଦିଲ୍ଲୀର ହୋଇଥିବା ବେଳେ ଅଭିଯୁକ୍ତ ସଲମାନକୁ ଖଜୁରୀ ଖାସ ପୋଲିସ ଗିରଫ କରିଛି। ଏବେ ସଲମାନ ଥାନାରେ ଥିବା ବେଳେ ପୋଲିସ ପଚରା ଉଚରା କରୁଛି। ପୋଲିସ ଅନୁସାରେ ସଲମାନ ନାଁରେ ପୂର୍ବରୁ ମାମଲା ରହିଥିବା ବେଳେ ସେ ଜେଲ୍‌ରେ ଥିଲା। ନିକଟରେ ବେଲ୍‌ରେ ଜେଲରୁ ବାହାରକୁ ଆସିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସଲମାନ ପୁଣି ଥରେ ଜେଲ୍‌ ଫେରିବାକୁ ଚହୁଁଥିବାରୁ ପୋଲିସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ନେଇ  ଧମକପୂର୍ଣ୍ଣ କଲ କରିଥିଲା।

ତେବେ ଅଭିଯୁକ୍ତ ସଲମାନର ବୟନେ ଶୁଣିବା ପରେ ତାଜୁବ ହୋଇଯାଇଥିଲା ତଦନ୍ତକାରୀ ଟିମ୍‌। ଏହା ପ୍ରଥମ ମାମଲା ନୁହେଁ ଯେ, ମୋଦୀଙ୍କୁ ମାରିବାକୁ ନେଇ ପୋଲିସ ପାଖକୁ କଲ ଯାଇଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଥିଲା ଯିଏ ଏହି ଭଳି କଲ୍‌ କରିଥିଲା। ସଙ୍ଗେସଙ୍ଗେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ପଚରା ଉଚରା ପରେ ଜଣାପଡ଼ିଲା ଯୁବକ ଜଣକ ନିଶାଶକ୍ତ ଅବସ୍ଥାରେ କଲ୍‌ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.