Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

“ଓଡ଼ିଆ ଭାଇ-ଭଉଣୀଙ୍କୁ ସଲମାନର ନମସ୍କାର…”: ବଲିଉଡ଼ ସୁପରଷ୍ଟାର ଓଡିଆରେ କହିଲେ କରୋନା ସଚେତନତାର କଥା, ରାଜ୍ୟ ସରକାରଙ୍କ ନିୟମ ଓ ପଦକ୍ଷେପ ମାନିବାକୁ କଲେ ଅନୁରୋଧ

25/03/2020 at 12:23 PM

ଭୁବନେଶ୍ବର ୨୫।୦୩: ଓଡିଆ ଭାଇ-ଭଉଣୀଙ୍କୁ ସଲମାନର ନମସ୍କାର । ରାଜ୍ୟବାସୀଙ୍କୁ କରୋନା ନେଇ ସଚେତନତା କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍ । ସାରାଦେଶରେ କରୋନାକୁ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଓଡିଶା ସରକାର ମଧ୍ୟ କରୋନା ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟବାସୀମାନେ କିପରି କରୋନାରୁ ସଂକ୍ରମଣରୁ ରକ୍ଷା କରିପାରିବେ ସେଥିପାଇଁ ଅନେକ ସତର୍କ ବାର୍ତା ଜାରି କରିଛନ୍ତି । ଏବଂ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ ମଧ୍ୟ କରିଛନ୍ତି ।

ସାରାରାଜ୍ୟରେ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି । ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ପାଇଁ ଏକ ଓ୍ୱେବସାଇଟ୍‌ରେ ନିଜର ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ବ୍ୟାପିବାର ସମ୍ଭାବନା କମ୍‌ ହେବା ବୋଲି କୁହାଯାଇଛି । ସେହିପରି ରାଜ୍ୟରେ ବିଭିନ୍ନ ଦୃଷ୍ଟିକୁ ନଜର ରଖି ସାରାରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।  ତେବେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା କରୋନା ସଚେତନତା ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ସଲମାନରେ ଓଡିଆରେ କହୁଥିବାର ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଶୁଣିବା କରୋନା ନେଇ କଣ କହୁଛନ୍ତୁ ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ …

   Related Posts