Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସଲମାନ ଖାନ୍‌ ବିବାହ କରିବେ କ୍ୟାଟରିନା କେଫଙ୍କୁ, ଡେଟ ଫିକ୍ସ

4/02/2019 at 11:18 AM

ମୁମ୍ୱାଇ ୪|୨: ସାଧାରଣତଃ ସଲମାନ କେବେ ବିବାଦ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ବଲିଉଡ ଦବଙ୍ଗ ଖାନଙ୍କର ବିବାହ ଏବଂ ଲଭ୍‌ ଲାଇଫକୁ ନେଇ ଅନେକ ଟ୍ରୋଲ ମଧ୍ୟ କରାଯାଇଛି। ସଲମାନଙ୍କର ଅଧିକାଂଶ ଫ୍ୟାନ୍‌ଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ୫୦ ବୟସ୍କ ସଲମାନଙ୍କ ବିବାହ କେବେ ହେବ?

ବିବାହ ବିଷୟରେ ସାକ୍ଷାତକାରରେ ପ୍ରଶ୍ନ ପଚାରାଗଲେ ସଲମାନ ସବୁବେଳେ ଏହି ପ୍ରଶ୍ନକୁ ଟାଳି ଦିଅନ୍ତି । ବହୁ ବର୍ଷ ପରେ ସଲମାନଙ୍କ ବିବାହକୁ ନେଇ ମିଡିଆରେ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ତେବେ ସମସ୍ତଙ୍କ ମନରେ ଏହା ଥିବ ଯେ ସଲମାନଙ୍କ ଅର୍ଦ୍ଧାଙ୍ଗିନୀ କିଏ ହେବ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସଲମାନ ଓ କ୍ୟାଟ୍ରିନାଙ୍କ ବିବାହ ହେବାକୁ ଯାଉଛି।

ଆପଣ ଚମକି ପଡିଥିବା ନିଶ୍ଚୟ । କିନ୍ତୁ ରିଏଲ୍‌ ଲାଇଫରେ ନୁହେଁ ବରଂ ରିଲ୍‌ ଲାଇପରେ ଦୁହିଁଙ୍କର ବିବାହ ଯୋଜନା ଚାଲିଛି  । ଉଭୟଙ୍କ ବିବାହକୁ ନେଇ ଦର୍ଶକମାନେ ଖୁବ୍‌ ଉତ୍ସୁକ ଅଛନ୍ତି। ଭାରତ ଫିଲ୍ମରେ ଦୁହିଁଙ୍କ ଏକ ବିବାହ ଦୃଶ୍ୟର ଶୁଟିଂ ଯୋଜନା ରହିଛି। ଖୁବ୍‌ ଶିଘ୍ର ବିବାହ ସିନ୍‌ର ଶୁଟିଂ ଆରମ୍ଭ ହେବ। ଫିଲ୍ମର ବିବାହ ଶୁଟିଂ ସମୟରେ ଗୋଟେ ଗୀତ ମଧ୍ୟ ଅଛି। ବୈଭବୀ ମର୍ଚେଣ୍ଟ ଗୀତର କୋରିଅଗ୍ରାଫ କରିବେ।

ରିପୋର୍ଟ ଅନୁସାରେ ଶୁଟିଂ ସେଟ୍‌ରେ ବିବାହର ପ୍ରସ୍ତୁତି ଜୋର ସୋରରେ ଚାଲିଛି। ପୁରା ସେଟ୍‌କୁ ଫୁଲରେ ଖୁବ୍‌ ସୁନ୍ଦର ଭାବରେ ସଜା ଯାଇଛି। ଏହି ଗୀତଟି ଚଳଚ୍ଚିତ୍ରର ଦ୍ୱତୀୟ ଗୀତ, ପ୍ରଥମ ଗୀତ ମାଲ୍‌ଟାରେ ଶୁଟ୍‌ କରାଯାଇଛି। ସଲମାନ ଓ କ୍ୟାଟ୍ରିନା ଆଜିକାଲି ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବାସ୍ତବରେ ସଲମାନ ଏହି ମୂହୂର୍ତ୍ତକୁ ଜୀବନ ସାରା ପାଇଁ ସ୍ମରଣୀୟ କରିବାକୁ ଚାହାନ୍ତି।

ସଲମାନଙ୍କର ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଇଦ୍‌ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କେଫ୍ ଅଭିନୟ କରିଛନ୍ତି। ଫିଲ୍ମର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଫିଲ୍ମରେ ସଲମାନ ୨୦ ବୟସରୁ ୭୨ ବୟସ ପର୍ଯ୍ୟନ୍ତ ନିଜର ବିଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବେ। ଅଲୀ ଅବ୍ବାସ ନିର୍ଦ୍ଧେଶିତ ଫିଲ୍ମ ଭାରତରେ ନୂଆ ଚେହେରା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନାଙ୍କ ସହ ଦିଶା ପଟ୍ଟାନୀ ମଧ୍ୟ ଅଛନ୍ତି।

 

   Related Posts