Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଫୋର୍ବସ ତାଲିକାରେ ସବୁଠୁ ଅଧିକ ଆୟ କରୁଥିବ ଅଭିନେତା ଓ ଅଭିନେତ୍ରୀ ହେଲେ ସଲମନ ଓ ଦୀପିକା, ରଜନୀକାନ୍ତ ଓ ଶାହରୁଖ ଖାନ କେଉଁ ସ୍ଥାନରେ- ଆସନ୍ତୁ ଜାଣିବା

5/12/2018 at 5:01 PM

ମୁମ୍ବାଇ୫|୧୨: ଟାଇଗର ଜିନ୍ଦା ହୈ,ରେସ-୩ ଫେମ ତଥା ଟିଭି ସୋ ଦଶ କା ଦଶ , ବିଗ ବସ-୧୨ ସୋ ପରିଚାଳକ ସଲମନ ଖାନ ଫୋର୍ବସ ତାଲିକରେ ଟପରେ ଅଛନ୍ତି । ଏ ବର୍ଷର ତାଙ୍କର ଆୟ ୨୫୩.୨୫ କୋଟିରେ ପହଂଚିଛି । ଏହି ତାଲିକରେ ଅକ୍ଷୟ କୁମାର ଯଥାକ୍ରମେ ତୃତୀୟ ଓ ଦୀପିକା ପାଦୁକୋନ ଚତୁର୍ଥରେ ଥିବାବେଳେ ଶାହରୁଖ ଖାନ ତାଲିକାର ୧୩ ନମ୍ବର ସ୍ଥାନରେ ଅଛନ୍ତି ।

ବଲିଉଡ଼ର ଭାଇଜାନ ସଲମନ  ତାଂକର ଏହି ସ୍ଥାନ ଲଗାତର ଭାବେ ବଜାୟ ରଖିବାବେଳେ ଶାହରୁଖଙ୍କ ସ୍ଥାନ ଦ୍ବିତୀୟରୁ ୧୩ ନମ୍ବର ସ୍ତାନକୁ ଖସିଯାଇଛି । ପୋର୍ବସର ରେଂକିଂ ଅନୁସାରେ ୨୦୧୭ ମସିହା ଅକ୍ଟୋବର ୧ ତାରିଖରୁ ୨୦୧୮ ମସିହା ସେପ୍ଟେମ୍ଵର ୩୧ ତାରିଖ ପର୍ଯ୍ୟନ୍ତ ସଲମନଙ୍କର ସର୍ବାଧିକ ଆୟ୨୫୩.୨୫କୋଟି ତାଂକୁ ଏହି ସମ୍ମାନଜନକ ସ୍ଥାନରେ  ରଖିପାରିଛି ।

ଅକ୍ଷୟଙ୍କର ପଦ୍ମନ ଓ ଗୋଲ୍ଡ଼ ସିନେମା ବକ୍ସ ଅଫିସରେ ବ୍ୟବସାୟିକ ସଫଳତା ହାସଲ କରିଛି । ଫଳରେ ତାଙ୍କ ଆୟ୧୮୫କୋଟିରେ ପହଂଚିଛି ଓ ତାଂକୁ ଦ୍ଵିତୀୟ ସମ୍ମାନଜନକ ସ୍ଥାନରେ ରଖିଛି । ସେହିପରି ଦୀପିକା ପାଦୁକୋନଙ୍କ ପଦ୍ମାବତ୍ ସିନେମାର ସଫଳତା ଦେଇଛି ୧୧୨.୮ କୋଟିର ରୋଜଗାର ।  ଯାହାପାଇଁ ସେ ଚତୁର୍ଥସ୍ଥାନରେ ରହିପାରିଛନ୍ତି । ଆହୁରି ମଧ୍ୟ ଦୀପିକା ମହିଳା ସେଲିବ୍ରେଟି ଭାବେ ସର୍ବାଧିକ ରୋଜଗାର କରିଛନ୍ତି ।
ଏହି ତାଲିକାକୁ ଦେଖିଲେ ଆମୀର ଖାନ ୯୭.୫ , ଅମିତାଭ ବଚ୍ଚନ ୯୬.୧୭ କୋଟି ,ରଣବୀର ୮୪.୬୭ କୋଟି ଆୟ କରିଥିବାବେଳେ ଅଜୟ ଦେବଗନ ୭୪.୦୫ କୋଟି ରୋଜଗାର କରି ୧୦ମ ସ୍ଥାନରେ ଅଛନ୍ତି ।

ଏହି ତାଲିକାରେ ଶାହରୁଖ ଖାନ ୧୩ତମ , ରଜନୀକାନ୍ତ ୧୪ତମ ସ୍ଥାନରେ ରହିଥିବା ବେଳେ ପଓ୍ଵନ କଲ୍ୟାଣ ୨୪ତମ ସ୍ଥାନରେ ଅଛନ୍ତି । ସଂଗୀତ କ୍ଷେତ୍ରରେ ଏ.ଆର ରହମାନ ୧୧ତମ ସ୍ଥାନରେ ରହିଛନ୍ତି ।

   Related Posts