ଥିଏଟର ମାଲିକଙ୍କ କଥା ରଖିଲେ ସଲମାନ ଖାନ, ସିନେମାଘରେ ରିଲିଜ୍ ହେବ ଫିଲ୍ମ 'ରାଧେ', ଘୋଷଣା ହେଲା ରିଲିଜ୍ ଡେଟ୍‌

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଦବଙ୍ଗ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଫିଲ୍ମ ୨୦୨୧ ଇଦ୍‌ରେ ରିଲିଜ୍ ହେବ। ସବୁଠୁ ବଡ କଥା ଫିଲ୍ମ ଥିଏଟରରେ ରିଲିଜ୍ ହେବ। ସଲମାନ ବୟାନ ଜାରି କରି ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସଲମାନ କହିଛନ୍ତି ଫିଲ୍ମକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟର ମାଲିକଙ୍କଠୁ ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଆଶା କରୁଥିବା ସଲମାନ କହିଛନ୍ତି।

ସଲମାନ ଖାନ ଲେଖିଛନ୍ତି ଯେ ସମସ୍ତ ଥିଏଟର ମାଲିକଙ୍କ ସହ ଆଲୋଚନା କରିବାକୁ କିଛିଟା ସମୟ ଲାଗିଗଲା। ଏହାକୁ ନେଇ ଏବେ ବଡ ନିର୍ଣ୍ଣୟ ହୋଇଛି। ମୁଁ ଥିଏଟର ମାଲିକ ଏବଂ ପରିଚାଳକଙ୍କ ଆର୍ଥିକ ସମସ୍ୟାକୁ ବୁଝି ପାରୁଛି।  ତେଣୁ ରାଧେକୁ ଥିଏଟରରେ ରିଲିଜ୍ କରାଯିବ। ଥିଏଟରରେ ରିଲିଜ୍ କରାଇ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ବଦଳରେ ସେମାନେ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରିବେ। ଇଦ୍‌ ପାଇଁ କଥା ଦେଇଥିଲି ଏବଂ ଏହା ୨୦୨୧ ଇଦ୍‌ରେ ପୂରା ହେବାକୁ ଯାଉଛି। ଚଳିତ ବର୍ଷ ଇଦ୍‌ରେ ଥିଏଟରରେ ରାଧେ ଉପଭୋଗ କରନ୍ତୁ।

wp:html /wp:html

ସୂଚନାଯୋଗ୍ୟ, ସଲମାନ ଖାନଙ୍କୁ ତାଙ୍କର ଆଗାମୀ ଫିଲ୍ମ 'ରାଧେ'କୁ ଥିଏଟରରେ ରିଲିଜ୍ କରାଇବା ପାଇଁ ସମଗ୍ର ଦେଶର ଥିଏଟର ଏଗ୍‌ଜିବିଟର୍ସ ଆସୋସିଏସନ ଦ୍ଵାର ଅନୁରୋଧ କରାଯାଇଥିଲା। ଲକ୍‌ଡାଉନ୍‌ ଓ କୋଭିଡ୍-୧୯ କାରଣରୁ ସିନେମା  ହଲ୍ ମାଲିକଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି। ଏଥିପାଇଁ ଥିଏଟର ମାଲିକ ସଂଘ ନିଜର ଆଗାମୀ ଫିଲ୍ମ ରାଧେକୁ ସିନେମା ଘରେ ରିଲିଜ୍ କରାଇବାକୁ ସଲମାନଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ। କାରଣ ତାଙ୍କ ଫିଲ୍ମ କେବଳ ସିଙ୍ଗିଲ ସ୍କ୍ରିନ୍‌ ମାଲିକଙ୍କ ଭାଗ୍ୟକୁ ପୁନର୍ଜୀବିତ କରିବ ନାହିଁ ବରଂ ସିନେମାଘର ମାଲିକ ଓ କର୍ମଚାରୀଙ୍କୁ ପୁଣି ଥରେ ରୋଜଗାର ଦେଇ ପାରିବ।

ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପାଟନୀ, ରଣଦୀପ ହୁଡ୍ଡା, ଜ୍ୟାକି ସ୍ରଫ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ରାଧେର ପୋଷ୍ଟର ରିଲିଜ୍ ହୋଇ ସାରିଛି। ହେଲେ ଏହାର ଟିଜର ଓ ଟ୍ରେଲର ଆସିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.