ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ, କୋଭିଡ଼ ହସ୍ପିଟାଲରେ ଭର୍ତ୍ତି‌

Published By : Prameya-News7 Bureau | July 08, 2020 IST

ସାଲେପୁର ୦୮।୦୭: ନୀଳଗିରି ପରେ ସାଲେପୁର ବିଧାୟକଙ୍କୁ କରୋନା । ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଡ୍ରାଇଭର୍  ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଛି । ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ  କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।  

ସେହିପରି କିଛି ଦିନ ତଳେ ନୀଳଗିରି ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା । ଯାହାପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.