ବିନୋଦ କ’ଣ ପବନରେ ମିଳେଇ ଯାଇଛି, ଅପହୃତ ନା ଅପହରଣର ନାଟକ : ପ୍ରେମ ଓ ସନ୍ଦେହ ଖିଅ ଭିତରେ ପୋଲିସ ବାଟବଣା

Published By : Prameya-News7 Bureau | June 14, 2020 IST

ସାଲେପୁର ୧୪।୦୬: କଟକ କିଶନଗର ବିନୋଦ କୁମାର ମଣ୍ଡଳଙ୍କ ନିଖୋଜ ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ବିନୋଦଙ୍କ କୌଣସି ପତ୍ତା ମିଳୁନାହିଁ।  ବିନୋଦ ଗତ ୨୬ ତାରିଖ ଦିନ ଘରୁ କଟକ ଯିବାକୁ କହି ଯାଇ ଆଉ ଘରକୁ ଫେରିନଥିଲେ । ପରେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତାମିଳିନଥିଲା । ଘଟଣାର ୪ଦିନ ପରେ ପୋଲିସରେ ଅଭିଯୋଗ କରିଥିଲେ ବିନୋଦଙ୍କ ବାପା । ମାମଲା ଏବେ ପୋଲିସ ହାତରୁ ଯାଇ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲାଣି । କିନ୍ତୁ ଫଳ ଶୂନ ।  ଇତିମଧ୍ୟରେ ଏକ ଅଡିଓ କଲ୍‌ ରେକଡିଂ ଖୁବ୍‌ ଭାଇରାଲ ହୋଇଛି । ଯେଉଁ କଲ୍‌ରେ ଶୁଣାଯାଉଛି ଯେ, ବିନୋଦଙ୍କ ପତ୍ନୀଙ୍କର ପୂର୍ବତନ ପ୍ରେମିକ ତାଙ୍କୁ ଅପହରଣ କରିଥିଲା । କିନ୍ତୁ ତାହା କେତେ ସତ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେହିପରି କିଛି ଦିନ ତେଳେ ଜଗତପୁର ଛକରୁ ବିନୋଦ ବାଇକ ମିଳିଥିଲା । କିନ୍ତୁ ବିନୋଦଙ୍କ କୌଣସି ପତ୍ତା ମିଳିନାହିଁ ।  ସେପଟେ ଘଟଣାରେ  ଜଗତପୁର  ଥାନାର ଜଣେ ତଳିଆ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ଉଠୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣାପଡୁନାହିଁ ବିନୋଦଙ୍କ ପତ୍ତା । ରିମାଣ୍ଡ ଶେଷ ପରେ ଅଭିଯୁକ୍ତ ଶାରଦା କୁଣ୍ଡୁକୁ ଜେଲ୍‌ ପଠାଇଦେଇଛି । ତଦନ୍ତରେ ଶାରଦା ବିନୋଦଙ୍କୁ ଡାକିଥିବା ମାନିଥିଲେ ମଧ୍ୟ ତାଙ୍କ ନିଖୋଜ ଘଟଣାରେ ହାତ ନଥିବା ଜଣାଇଛି । ଏହି ନିଖୋଜ ଘଟଣାରେ ପ୍ରେମ–ସନ୍ଦେହ-ପ୍ରତାରଣାର ଖିଅ ରହିଛି । ଉଭୟ ବିନୋଦଙ୍କ ପରିବାର ଓ ଶ୍ୱଶୁର ଘର ପରିବାର ଲୋକେ ବହୁ ତଥ୍ୟ ଲୁଚାଉଥିବାର ସନ୍ଦେହ କରାଯାଉଛି । ମୋଟୋମୋଟି ଭାବେ ବିନୋଦଙ୍କ ନିଖୋଜ ଡିକ୍ଟେଟିଭ୍‌ ନାଟକ ଭଳି ମନେ କରାଯାଉଛି ।

wp:html /wp:html

ବାହାଘରର ବର୍ଷେ ବି ପୂରିନାହିଁ,ବା' ଚିତା ବି ଲିଭି ନାହିଁ । ଆଉ ସ୍ବାମୀ ଗାଏବ୍ ! କ'ଣ ପିଲାପିଲି ଜନ୍ମ ହେବା ପାଇଁ ବାଧକ ସାଜିଲେ କି ଶାଶୁ ଓ ଶ୍ୱଶୁର ? ସ୍ବାମୀର ଅପାରଗତା ନା ଅର୍ଥାଭାବ ? ନା କିଏ ଲଗାଇଛି ପ୍ରତିବନ୍ଧକ ବାପା ଡ଼ାକ ଶୁଣିବାକୁ ? ସ୍ତ୍ରୀ କୁ ସନ୍ଦେହ ନା ପରିବାରର ଚାପ ?  ଏହି କଥାକୁ ନେଇ ସ୍ୱାମୀ ଗାଏବ୍ ହୋଇଗଲେ କି ଆଉ ? ନା ତାଙ୍କୁ ଲୁଚାଇ ଦିଆଯାଇ ନିଖୋଜ ନାଟକର ସୃଷ୍ଟି ହୋଇଛି, ନା କିଏ ଅପହରଣ କରିନେଇଛି ନିଜର ସ୍ବାର୍ଥ ପାଇଁ ? ବୁଢିଆଣୀର ଅଡ଼ୁଆ ଜାଲରୁ ସୂତା କାଡିଲା ପରି, ପୋଲିସ ଦ୍ବାରା ବିବାହିତ ଯୁବକଙ୍କୁ ଖୋଜି ନପାରିବାରୁ ମାମଲା ପହଞ୍ଚିଛି ଯାଇଁ କ୍ରାଇମବ୍ରାଞ୍ଚ୍ ପାଖରେ। ହେଲେ ନିଖୋଜର ୨୦ ଦିନ ବିତିଯାଇଥିଲେ ସୁଦ୍ଧା ସୁରାକ ଲାଗିନାହିଁ କାହା ହାତରେ ! ନାଁ ପୋଲିସ ନା କ୍ରାଇମବ୍ରାଞ୍ଚ୍ ହାତରେ !

କଟକ ଜିଲ୍ଲା କିଶୋନନଗର ଥାନା କିଶନନଗର ଗାଁର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ କୁମାର ମଣ୍ଡଳ ଗତ ୨୬-୦୫-୨୦ ତାରିଖ ଦିନ ଘରୁ କଟକ ଯିବାକୁ କହି ଯାଇ ଆଉ ଘରକୁ ଫେରି ନାହାନ୍ତି। ବିନୋଦଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ବିନୋଦଙ୍କ ସନ୍ଧାନ ମିଳିନଥିଲା। ଆଉ ବାପା ବିଜୟ ୪ ଦିନ ପରେ ଅର୍ଥାତ୍ ୨୯-୦୫-୨୦ ତାରିଖରେ କିଶନ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ , ହେଲେ କିଶନ ନଗର ଥାନା ପୋଲିସ ବିନୋଦର କୈାଣସି ସନ୍ଧାନ ନ ପାଇବାରୁ ପରିବାର ଲୋକଙ୍କ ଦାବିରେ ମାମଲାର ତଦନ୍ତ କରୁଛି କଟକ କ୍ରାଇମବ୍ରାଞ୍ଚ ଟିମ୍। ହେଲେ ବିନୋଦ ନିଖୋଜ ହେବାର ଆଜକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ବିନୋଦଙ୍କ କୈାଣସି ଖୋଜ ଖବରର ସୁରାକ ଲାଗିନାହିଁ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ହାତରେ।

୨୬ ତାରିଖ ରୁ ପୁଅ ବିନୋଦ ନିଖୋଜ ହୋଇଥିଲେ ମଧ୍ୟ ବାପା ବିଜୟ ୪ ଦିନ ଯାଏଁ ଜଣାଇନଥିଲେ ବୋହୂ ନମିତାଙ୍କ ବାପ ଘରକୁ। ଆଉ ୪ ଦିନ ପରେ ଖବର ପାଇ ନମିତାଙ୍କ ବାପ ଘର ଲୋକେ ଆସି ଝିଅ ଘରେ ପହଞ୍ଚି ଥାନାରେ କାହିଁକି ଏତଲା ଦେଇନାହଁ ବୋଲି ପ୍ରଶ୍ନ କରିଥିଲେ ସମୁଦି ବିଜୟଙ୍କୁ। ଆଉ ବିଜୟଙ୍କ ଏତଲା ପରେ କିଶନ ନଗର ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି, ଜଗତପୁର ଅଞ୍ଚଳରୁ ବିନୋଦ ଙ୍କ ବାଇକ୍ ଜବତ୍ କରିବା ସହ ଦୁଇ ତିନି ଜଣଙ୍କୁ ସଂଦେହ ରେ ଥାନକୁ ନେଲା ଓ କୋର୍ଟ ଚାଲାଣ କଲା । ଅଧିକ ତଦନ୍ତ ପାଇଁ ଫୁଣି ରିମାଣ୍ଡରେ ଆଣି ପଚରାଉଚରା କଲା ହେଲେ ବିନୋଦ ଙ୍କ ନିଖୋଜ ର ଟିକେ ବି ସୂରାକ୍ ପାଇଲା ନାହିଁ ପୋଲିସ। ତେବେ ବିନୋଦ ଗଲେ କୁଆଡେ ? ପ୍ରଶ୍ନ ଉଠୁଛି ଏଠି "ଚୋର କହୁନି ତ ଚୋର ପଳାଇଲା ଚୋରକୁ ଧର"।

୨୦ ଦିନ ପରେ ବି ବିନୋଦ ନିଖୋଜ ଘଟଣାର ଚେର ଖୋଜି ପାଇ ପାରୁନି ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ। ତେବେ ପ୍ରଶ୍ନ ହେଉଛି ଏଭଳି ତଦନ୍ତକାରୀ ସଂସ୍ଥା ର ହାତ କ'ଣ ପହଞ୍ଚି ପାରୁନାହିଁ ବିନୋଦ ଙ୍କ ପାଖରେ। ବିନୋଦ ନିଜେ ଆତ୍ମଗୋପନ କରିଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି। ଯଦି ଆତ୍ମଗୋପନ କରିଛନ୍ତି, ତେବେ ଏହା ପଛର ରହସ୍ୟ କ'ଣ କିମ୍ବା କିଏ ଆତ୍ମଗୋପନ କରିବାକୁ ପରାମର୍ଶ ଦେଇଛି ନା ଯଦି ଅପହରଣ କରାଯାଇଛି ।  ତେବେ କାହା ସ୍ବାର୍ଥରେ ବାଧା ଆସିଲା ସେ ଅପହରଣ କରିନେଇଛି ? ଏ ସବୁ ପ୍ରଶ୍ନ ର ଉତ୍ତର ମିଳି ପାରିବ ବିନୋଦ ଙ୍କ ଉଦ୍ଧାର ପରେ। ହେଲେ ଏବେ ସ୍ବାମୀ ବିନୋଦ ନିଖୋଜରେ ଭାଙ୍ଗି ପଡିଥିବା ସ୍ତ୍ରୀ ନମିତା ଶଯ୍ୟାଶାୟୀ ହୋଇଥିବା ବେଳେ, ଆଉ ଝିଅ ନମିତାଙ୍କୁ ସ୍ବାନ୍ତନା ଦେବାକୁ ଆସିଥିବା ମା' ମନୋରମା, ଝିଅ ପାଖରେ ୧୫ ଦିନ ହେଲା ରହି ଆକ୍ରୋଶର ଶିକାର ହେଉଛନ୍ତି ବିଜୟ ଓ ବିଜୟଙ୍କ ପରିବାର ଠାରୁ। ତେଣୁ ପୋଲିସ ର ବରିଷ୍ଠ ଅଧିକାରୀମାନେ ଏ ଘଟଣାରେ ହସ୍ତକ୍ଷେପ କରି ବିନୋଦ ନିଖୋଜ ଘଟଣାର ପ୍ରକୃତ କାରଣର ପର୍ଦ୍ଦାଫାଶ କରିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.