ରାସ୍ତା କଡ ଲୁହା ବେଞ୍ଚରେ ଶୋଇଛନ୍ତି ରୋଗୀ, ଦିପଦସଙ୍କୁଳ ଅବସ୍ଥାରେ ଦିଆଯାଉଛି ସାଲାଇନ୍

Published By : Prameya-News7 Bureau | April 26, 2021 IST

ପାଟଣା ୨୬।୪: ରାସ୍ତା କଡରେ ଚାଲିଛି ସାଲାଇନ । ଲୁହା ବେଞ୍ଚ ଉପରେ ରୋଗୀଙ୍କୁ ଶୁଆଇ ବିପଦ ସଙ୍କୁଳ ଅବସ୍ଥାରେ ମେଡିସିନ ଦୋକାନୀ ଦେଉଛନ୍ତି ସାଲାଇନ । ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଠାରେ ।

{"id":444419,"width":841,"height":463,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗାରେ ଜଣେ ମେଡିସିନ ଦୋକାନୀ ୪୯ ନମ୍ବର ରାଜପଥ କଡରେ ରୋଗୀଙ୍କୁ ସାଲାଇନ ଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଗୁରୁତର ରୋଗୀଙ୍କୁ ସାଧାରଣତଃ ସାଲାଇନ୍ ଲଗାଯାଇଥାଏ । ତାହା ପୁଣି ସରକାରୀ ମେଡିକାଲ କିମ୍ବା ଘରୋଇ କ୍ଲିନକ୍ ର ଜଣେ ଅଭିଙ୍ଗ ଡାକ୍ତରଙ୍କ ପରାମର୍ଶରେ ଦିଆଯାଇଥାଏ । ଏଠି କିନ୍ତୁ ତାର ଓଲଟା ଚିତ୍ର ସାମ୍ନାକୁ ଆସିଛି । ଟଙ୍କା ଲୋଭରେ ଯିଏ ଯେଉଁଠି ପାରିଲା ସାଲାଇନ ଲଗାଇଲା । ତାପାଇଁ କୌଣସି ନିୟମ କାନୁନ ନଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହର ପ୍ରଚଣ୍ଡ ରୌଦ୍ରତାପରେ ଜଣେ ରୋଗୀର ଜୀବନ ସହ ଖେଳ ଖେଳିବାକୁ ପଛାଉ ନାହାନ୍ତି ଔଷଧ ଦୋକାନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.