ପଠାନ କେବେ କାନ୍ଦନ୍ତି ନାହିଁ ବୋଲି ବାପା କହିବା ପରେ ବି ସଲମାନ ଖାନ କାହିଁକି କାନ୍ଦନ୍ତି ଜାଣନ୍ତୁ

Published By : Prameya-News7 Bureau | February 16, 2019 IST

wp:heading {"level":5}
ମୁମ୍ୱାଇ୧୬|୨: ସଲିମ ଖାନ କହିଥିଲେ ଯେ ପଠାନ କେବେ କାନ୍ଦନ୍ତି ନାହିଁ। ତେବେ ଏହି କଥାଟି ସେ କାହାକୁ ଶୁଣାଇ କହିଥିଲେ ଜାଣନ୍ତୁ। ସଲମାନ ଜେଲରେ ଥିଲା ବେଳେ ସଲିମ ଖାନ, ସଲମାନଙ୍କ ମାଁ, ସଲମାନଙ୍କ କକା ତାଙ୍କୁ ଭେଟିବାକୁ ଯାଇଥିଲେ। ସଲିମ ହସି ହସି ସଲମାନଙ୍କ ହାଲଚାଲ ପଚାରିଥିଲେ। କକା ମଧ୍ୟ ସେହି ପ୍ରଶ୍ନ କରିଥିଲେ ଏବଂ ସଲମାନ କହିଥିଲେ ଯେ ସେ ଏକଦମ ଠିକ ଅଛନ୍ତି। ସେ ମଜା ମସ୍ତିରେ ଏହା ମଧ୍ୟ କହିଥିଲେ ଯେ ଜେଲ ତାଙ୍କୁ ବହୁତ ସ୍ୱିଟ୍‌ ଲାଗୁଛି। ଏହା ଶୁଣି ତାଙ୍କ କକା କାନ୍ଦିବାକୁ ଲାଗିଲେ।
/wp:heading {"id":85810}
wp:heading {"level":5}
ଏହି କାରଣରୁ ସଲିମ୍‌ ପଠାଣୀ ଅନ୍ଦାଜରେ କହିଥିଲେ ଯେ ପଠାଣ କାନ୍ଦନ୍ତି ନାହିଁ ଓ ତାଙ୍କୁ କାନ୍ଦିବାକୁ ମନା କରିଥିଲେ। ତେବେ ସଲମାନ ଫିଲ୍ମରେ ଇମୋସନାଲ ସିନ କରିବା ସମୟରେ ଏହି କଥା ନିଶ୍ଚିତ ଭାବେ ତାଙ୍କୁ ମନେ ପଡୁଥିବ। ସଲମାନ ତାଙ୍କ ବାପାଙ୍କ କଥା ମାନି ରିୟଲ ଲାଇଫରେ କାନ୍ଦୁନଥିବେ ସତ କିନ୍ତୁ ରିଲ ଲାଇଫରେ ସେ ଅନେକ ଥର କାନ୍ଦିଛନ୍ତି। ହମ ଦିଲ ଦେ ଚୁକେ ସନମ, ସଲାମେ ଇସ୍କ, ବଜରଂଗୀ ଭାଇଜାନ, ହମ ସାଥ ସାଥ ହେଁ, ଜାନେମନ, ବିୱି ନମ୍ୱର ୱାନ ଫିଲ୍ମରେ କଷ୍ଟ ପ୍ରକାଶ କରି ତାଙ୍କୁ କାନ୍ଦିବାର ଦେଖାଯାଇଛି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.