Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

‘କୋଇ କୁତ୍ତା ଭୋଁକେ ତୋ ଧ୍ୟାନ ନହିଁ ଦୁଙ୍ଗା’ – ନାଁ ନେଲେନି କିନ୍ତୁ ଅଭିନବଙ୍କୁ ଇଙ୍ଗିତ କରି ଏମିତି କହିଲେ ସଲମାନଙ୍କ ବାପା ସଲିମ୍

23/06/2020 at 3:19 PM

ମୁମ୍ବାଇ ୨୩/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଉପୁଜିଥିବା ମାହୋଲରେ ଫିଲ୍ମ ‘ଦବଙ୍ଗ’ର ଡାଇରେକ୍ଟର ଅଭିନବ ସିଂହ କଶ୍ୟପ,ସଲମାନ୍ ଖାନ ଏବଂ ତାଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ ସଲମାନ୍ ଖାନ ଏବଂ ତାଙ୍କ ପରିବାର ଉପରେ କ୍ୟାରିୟର ବରବାଦ କରିବାର ଅଭିଯୋଗ କରିଛନ୍ତି। ଏହା ସହିତ ସେ ଫେସବୁକ୍ ପୋଷ୍ଟ ଲେଖି ସଲମାନ ଖାନଙ୍କ ସଂସ୍ଥା ବିଇଙ୍ଗ୍ ହ୍ୟୁମାନ୍ ଉପରେ ଚ୍ୟାରିଟି ନାଁରେ ମନି ଲଣ୍ଡ୍ରିଂ କରିବାର ଅଭିଯୋଗ କରିଛନ୍ତି। ଅଭିନବ ଏହା ମଧ୍ୟ କହିଥିଲେ ଯେ ବିଇଙ୍ଗ୍ ହ୍ୟୁମାନର ଆଇଡିଆ ସଲମାନ୍ ଖାନଙ୍କ ବାପା ସଲିମ୍ ଖାନଙ୍କ ଥିଲା। ତାଙ୍କ ଆଇଡିଆରେ ସଲମାନଙ୍କ ଇମେଜ ସୁଧାରିବା ପାଇଁ ବିଇଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ୍ ଛିଡ଼ା କରାଯାଇଥିଲା।

ବିଇଙ୍ଗ୍ ହ୍ୟୁମାନରେ ଅଭିନବ କଶ୍ୟପ ଲଗାଇଥିବା ଅଭିଯୋଗ ବିଷୟରେ ସଲିମ ଖାନଙ୍କୁ ପଚରାଯିବାରୁ ସେ କହିଥିଲେ,‘ସେ କାହାର କ୍ୟାରେକ୍ଟର ସାର୍ଟିଫିକେଟ୍ ଦେଉ ନାହାନ୍ତି। ସେ ଗତ ୬୦ବର୍ଷରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି ଏବଂ ୪୦ରୁ ଅଧିକ ଫିଲ୍ମ ଲେଖିଛନ୍ତି ଯାହା ସୁପରହିଟ୍ ରହିଛି। ସେ ଆଗକୁ କହିଛନ୍ତି,‘ଆମେ ଗଣତାନ୍ତ୍ରିକ ଦେଶରେ ରହୁ ଏଥିପାଇଁ କାହା ଉପରେ ମଧ୍ୟ ଅଭିଯୋଗ ଲଗାଯାଇ ପାରେ। ଏହି ଅଭିଯୋଗ ଗୁଡ଼ିକୁ ପୋଲିସ ତଦନ୍ତ କରିବ ଏବଂ ସତ୍ୟ ସାମନାକୁ ଆସିବ’।

ଅଭିନବଙ୍କ ଅଭିଯୋଗକୁ ନେଇ ସଲିମ ନିରାଶ ହୋଇ କହିଥିଲେ,‘ସେ ତାଙ୍କ ସ୍ତରରେ ତଳକୁ ଖସିବାକୁ ଚାହୁଁନାହାନ୍ତି। ଯଦି ସେ କାରରେ ଯାଉଛନ୍ତି ଏବଂ କୌଣସି କୁକୁର ଭୁକୁଛି ତେବେ ସେ କାର୍ ରୋକିବେ ନାହିଁ କି ଏଥିରେ ଧ୍ୟାନ ଦେବେ ନାହିଁ।’

ଏହି ମାମଲାରେ ସଲମାନ୍ ଖାନ୍ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଅରବାଜ ଖାନ୍ ଗଣମାଧ୍ୟମକୁ କହିଥିଲେ ଯେ ଅଭିନବ ସିଂହ କଶ୍ୟପଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉଛି ଏବଂ ଫିଲ୍ମ ଆସୋସିଏସନରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

   Related Posts