୪୩ ବର୍ଷ ବୟସରେ ସଲମାନଙ୍କ ବାପା କରିଥିଲେ ଦ୍ବିତୀୟ ବିବାହ

Published By : Prameya-News7 Bureau | November 21, 2019 IST

ମୁମ୍ବାଇ୨୧|୧୧: ବରିଷ୍ଠ ଅଭିନେତ୍ରୀ ହେଲେନଙ୍କୁ ବଲିଉଡର ପ୍ରଥମ ଆଇଟମ ଗର୍ଲ କୁହାଯାଏ। ଆଜି ହେଲେନଙ୍କର ଜନ୍ମଦିନ। ହେଲେନ ୧୯ ବର୍ଷ ହେବ ଲାଇମ୍‌ଲାଇଟ୍‌ରୁ ଦୂରରେ ଅଛନ୍ତି। ଶେଷ ଥର ପାଇଁ ହେଲେନଙ୍କୁ ଫିଲ୍ମ ମହବତେଁରେ ଦେଖିବାକୁ ମିଳିଥିଲା।

{"id":187571,"sizeSlug":"large"}

ମହବତେଁ ଫିଲ୍ମ ୨୦୦୦ ମସିହାରେ ରିଲିଜ ହୋଇଥିଲା।ଭାରତୀୟ ସିନେମାରେ ଆଇଟମ ଗର୍ଲଭାବେ ପ୍ରଥମ ଶ୍ରେୟ ହେଲେନ୍‌ଙ୍କୁ ଦିଆଯାଏ । ସେ  ତାଙ୍କ ସମୟରେ ଅଧିକଂଶ ସିନେମାରେ ଆଇଟମ ଡ୍ୟାନ୍ସ୍‌ କରିଥିଲେ । ହେଲେନ ଫିଲ୍ମ ଜଗତରେ କାମ କରିବା ପର୍ଯ୍ୟନ୍ତ ତାଙ୍କ ଷ୍ଟାରଡମ୍‌ ଟପ୍‌ରେ ଥିଲା।

{"id":187572,"width":565,"height":508,"sizeSlug":"large"}

ହେଲେନ ରୂପେଲି ପରଦାରେ ଆସିବା ମାତ୍ରେ ସେ ସମୟରେ ଦର୍ଶକ ତାଙ୍କ ପାଇଁ ଦିୱାନା ହୋଇଯାଉଥିଲେ । ୧୯୩୮ ମସିହା ନଭେମ୍ବର ମାସ ୨୧ ତାରିଖ ବର୍ମାରେ ହେଲେନଙ୍କ ଜନ୍ମ ହୋଇଥିଲା। ହେଲେନଙ୍କ ମାଆ ବର୍ମାର ବାସିନ୍ଦା ଥିଲେ।ହେଲେନଙ୍କର ଜଣେ ଭାଇ ଓ ସାବତ ଭଉଣୀ ଜେନିଫର ମଧ୍ୟ ତାଙ୍କ ସହ ରହୁଥିଲେ। ହେଲେନଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଜଣେ ବ୍ରିଟିଶ ସୈନିକଙ୍କୁ ବିବାହ କରିଥିଲେ।ବି ଶ୍ବ ଯୁଦ୍ଧ ପରେ ତାଙ୍କ ସାବତ ବାପାଙ୍କ ମୃତ୍ୟୁ ହୋଇଥିଲା ଓ ଜାପାନ ବର୍ମାକୁ ଅକ୍ତିଆର କରିଥିଲା ।  

{"id":187573,"sizeSlug":"large"}

ଏଥିପାଇଁ ତାଙ୍କ ପୁରା ପରିବାର ଭାରତ ଚାଲିଆସିଥିଲେ । ମୁମ୍ବାଇ ଆସିବା ପାଇଁ ବ୍ରିଟିଶ ସୈନିକମାନେ ହେଲେନଙ୍କ ପରିବାରକୁ ଗାଡି ଓ ଖାଇବା ପିଇବାର ବ୍ୟବସ୍ଥା କରାଇଥିଲେ। ସେହି ସମୟରେ ହେଲେନଙ୍କ ମାଆ ଗର୍ଭବତୀ ଥିଲେ। ଯାତ୍ରା ସମୟରେ ତାଙ୍କ ମାଆଙ୍କର ଗର୍ଭପାତ ହୋଇଥିଲା। ହେଲେନଙ୍କ ମାଆ କୋଲକାତାରେ ରହିବାକୁ ଲାଗିଲେ। ହେଲେନ ଘରର ବଡ ଝିଅ ଥିଲେ ଓ ଘର ଚଳାଇବା ପାଇଁ ସେ ଚାକିରି ଖୋଜୁଥିଲେ।

{"id":187574,"sizeSlug":"large"}

 କିଛି ସମୟ ମଧ୍ୟରେ ହେଲେନଙ୍କୁ ଫିଲ୍ମ ଜଗତରେ ଡାନ୍ସରର ଭାବେ କାମ ମିଳିଥିଲା। ୧୯ ବର୍ଷ ବୟସରେ ହେଲେନଙ୍କୁ ଫିଲ୍ମ “ହାଉଡା ବ୍ରିଜ”ରେ ବ୍ରେକ ମିଳିଥିଲା। ଫିଲ୍ମର ଗୀତ “ମେରା ନାମ ଚୁନ ଚୁନ ଚୁନ” ଯୋଗୁଁ ହେଲେନଙ୍କ ଭାଗ୍ୟ ବଦଳିଯାଇଥିଲା। ଡାନ୍ସ ବ୍ୟତୀତ ହେଲେନ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲେ।

{"id":187577,"sizeSlug":"large"}

୧୯୫୭ ମସିହାରେ ହେଲେନ ପିଏନ୍‌ ଅରୋଡାଙ୍କୁ ବିବାହ କରିଥିଲେ ଓ ୧୬ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ହେଲେନଙ୍କର ସଲମାନଙ୍କ ବାପା ସଲୀମ ଖାନଙ୍କ ସହ ଦେଖା ସାକ୍ଷାତ ହୋଇଥିଲା। ସଲୀମ ଖାନ ପ୍ରଥମରୁ ବିବାହିତ ଥିଲେ। ସଲୀମ ଖାନ ହେଲେନଙ୍କ ଦିୱାନା ଥିଲେ।

{"id":187579,"width":547,"height":734,"sizeSlug":"large"}

ସଲୀମ ପ୍ରଥମରୁ ବିବାହିତ ଥିଲେ  ତଥାପି ହେଲେନଙ୍କ ଉପରେ ସେ ଫିଦା ଥିଲେ ଓ ତାଙ୍କୁ ବିବାହ କରିଥିଲେ। ହେଲେନ ଓ ସଲୀମଙ୍କୁ ରାସ୍ତାରେ ଜଣେ ଶିଶୁ କନ୍ୟା ମିଳିଥିଲା ଯାହାକୁ ଉଭୟ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ ଯାହାର ନାଁ ହେଉଛି ଅର୍ପିତା ଖାନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.