ଲୁଚାଚୋରାରେ ରଖିଥିଲା ସମ୍ପର୍କ, ଶାଳୀକୁ ଗର୍ଭବତୀ କରି ଭିଣୋଇ ଗିରଫ

Published By : Prameya-News7 Bureau | January 31, 2021 IST

ନୂଆଗାଁ,୩୧/୦୧: ଶାଳୀ ସହ ଚୋର ପୀରତି କଲା ଭିଣୋଇ । ରଖିଲା ଶାରୀରିକ ସମ୍ପର୍କ । ଶେଷରେ ଶାଳୀ ଗର୍ଭବତୀ ହେଲା । ଏବେ ଖବର ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି ଭିଣୋଇ । ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଜନୈକା ଯୁବତୀଙ୍କୁ ସଂପର୍କୀୟ ଭିଣୋଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହେବା ପରେ ଆଲୋଡନ ସୃଷ୍ଟି ହୋଇଛି । ଅଭିଯୋଗକୁ ଭିତ୍ତି କରି ନୂଆଗାଁ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ, ପ୍ରମୋଦ କୁମାର ଯାନୀ ଗୋହିରୀବାଦୁ ଗ୍ରାମରେ ବିବାହ କରିଥିଲେ । ପ୍ରମୋଦର ଗ୍ରାମରେ ତାଙ୍କର ସଂପର୍କୀୟ ଶାଳୀ ରହୁଥିଲେ । ଶାଳୀଙ୍କର ବାପା, ମା କେହି ନାହାନ୍ତି । ଏହାର ସୁଯୋଗ ନେଇ ପ୍ରମୋଦ ୨୨ବର୍ଷ ବୟସ୍କା ଶାଳୀ ପଦ୍ମାବତୀ(ଛଦ୍ମନାମ)ସହ ଚୋରା ପୀରତି ରଖି ବାରମ୍ବାର ଦୁଷ୍କର୍ମ କରୁଥିଲା ।

ପଦ୍ମାବତୀ ୬ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରମୋଦକୁ ବିବାହ କରିବାକୁ କହିଥିଲା । ପ୍ରମୋଦ କିନ୍ତୁ ବିବାହରେ ରାଜି ନ ହୋଇ ଭୁବନେଶ୍ୱର ପଳାଇ ଆସିଥିଲା । ପଦ୍ମାବତୀ ନିରାଶ ହୋଇ ଶେଷରେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନୂଆଗାଁ ପୋଲିସ ୧୮/୨୧ରେ ଏକ ମାମଲା ରୁଜୁ କରିବା ସହ ଭୁବନେଶ୍ୱରରୁ ପ୍ରମୋଦକୁ ଗିରଫ କରିଛି । ଉଭୟଙ୍କ ଶନିବାର ଡାକ୍ତରୀମାଇନା କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.