ଭିଣୋଇର ଓଠକୁ ଷ୍ଚେଜରେ କିସ୍ କଲା ଶାଳୀ, ଲାଜରେ ଲାଲ୍ ପଡିଗଲା ନବ ବିବାହିତ ବର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 13, 2021 IST

ଭୁବନେଶ୍ୱର, ୧୩/୦୬ :  ଭିଣୋଇକୁ ଷ୍ଟେଜରେ କିସ୍ କଲା ଶାଳୀ । ସବୁ ଲୋକଙ୍କ ଆଗରେ ଭିଣୋଇକୁ ଟାଣି ଆଲିଙ୍ଗନ କଲା । ଅବିଶ୍ୱାସ କଲେ ବି ସତ । ଭାରତୀୟ ବିବାହ ସାଧାରଣ ସିଧାସାଧା ରହିଥାଏ । ଏପରିକି ବାହାଘର ଦିନ ଶାଳୀ ମଧ୍ୟ ଭିଣୋଇ ଆଗରେ ଲାଜରେ ମୁଣ୍ଡ ଟେକି ଚାହିଁ ପାରେନି । ତେବେ ନିକଟରେ ଇନଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଶାଳୀ ଭିମୋଇର ଓଠରେ ଜୋର ଜବରଦସ୍ତ ଚୁମ୍ବନ ଦେଉଛି ।

ସୂଚନାନୁସାରେ, ବିବାହ ପରେ ନବ ବିବାହିତ ବର ଓ କନ୍ୟା ଷ୍ଟେଜରେ ବସିଥିଲେ । ଏହାପରେ ଉଭୟ ଠିଆ ହୋଇ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ । ଏହାପରେ ଫଟୋ ସେସନ୍ ଆରମ୍ଭ ହୋଇଥିଲା ।କନିଆଁର ଭଉଣୀ ମଧ୍ୟ ଲେଠାରେ ବସିଥିଲେ ।ଏହାପରେ ହଠାତ କନିଆଁର ଭଉଣୀ ବା ବରର ଶାଳୀ ସର୍ବସମୁଖରେ ବରକୁ ଚୁମ୍ବନ କରିଥିଲେ । ଏହି ଘଟଣା ପରେ ବର ମଧ୍ୟ ଲାଜେଇ ଯାଇଥିଲା ।

ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ସମସ୍ତ ଅତିଥି ଚକିତ ହୋଇଯାଇଥିଲେ । ଏହି ସମୟର ଭିଡିଓ ଖୁବ୍ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ଅନେକ ୟୁଜର କମେଣ୍ଟ ମଧ୍ୟ ଦେଉଛନ୍ତି ।ଜଣେ ୟୁଜର ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଆଉ କେହି ଏପରି ଆଚରଣ ଶାଳୀ କରିଛି, ଯଦି ବର କରିଥାନ୍ତା ତେବେ କେହି ଚପଲରେ ବାଡେଇଥାନ୍ତେ ବୋଲି କିଛି ୟୁଜର କମେଣ୍ଟ ଦେଇଛନ୍ତି ।

wp:html
/wp:html

ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ସେ ଶାଳୀ ନୁହେଁ ଶଳା ଅଟନ୍ତି । ନିରଞ୍ଜନ ନାମକ ଜଣେ ୟୁଜର ଏହି ଭିଡିଓକୁ ପ୍ରଥମେ ସେୟାର କରିଥିଲେ । ତାପରଠୁ ଶହ ଶହ ସଂଖ୍ୟାରେ ଏଥିରେ କମେଣ୍ଟ ଓ ଲାଇକ୍ ଆସିଛି । ଏବେସୁଦ୍ଧା ୧୫୦୦ ଜଣ ଭିଡିଓକୁ ଲାଇକ୍ କରିସାରିଛନ୍ତି । ଏବେବି ନେଟିଜେନ୍ସ ଏଥିରେ ଲାଇକ୍ ଓ କମେଣ୍ଟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.