Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହଙ୍ଗା ପଡିଲା ଚୋରା ପୀରତି : ନାବାଳିକା ଶାଳୀକୁ ଗର୍ଭବତୀ କରି ଭିଣୋଇ ଗିରଫ

2/02/2021 at 11:49 AM

ରାଜଗାଙ୍ଗପୁର ୦୨/୦୨: ସମ୍ପର୍କରେ କଳଙ୍କ । ଭିଣୋଇ ବିରୋଧରେ ଦୁଷ୍କର୍ମ ଅଭିଯାଗ ଆଣିଲେ ନାବାଳିକା ଶାଳୀ । ଏଭଳି ଲଜ୍ୟାଜନକ ଘଟଣା ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପାଦା ଜାମପାଲି ଅଞ୍ଚଳରେ ଘଟିଛି ।

ସୂଚନାନୁସାରେ, ଭିଣୋଇର ନାବାଳିକା ଶାଳୀ ସହ ଚୋର ପୀରତି ଚାଲିଥିଲା। ଧିରେଧିରେ ଏହା ଗଭୀର ହେବାକୁ ଲାଗିଲା । ଉଭୟଙ୍କ ମଧ୍ୟରେ ଗଢି ଉଠିଲା ଶାରୀରିକ ସମ୍ପର୍କ । ଶେଷରେ ଶାଳୀ ଗର୍ଭବତୀ ହେଲେ । ଏବେ ଖବର ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ଅଭିଯୋଗରେ ଭିଣୋଇକୁ ଗିରଫ କରିଛି ପୋଲିସ। 

ଅଭିଯୋଗ ଅନୁସାରେ, ସଂପୃକ୍ତ ନାବାଳିକାଙ୍କୁ ତାଙ୍କ ଭିଣୋଇ ଅନୀଲ ଡୁଙ୍ଗଡୁଙ୍ଗ (୨୯) ଦୀର୍ଘ ଦିନ ଧରି ଅନେକ ଥର ଦୁଷ୍କର୍ମ କରିଛନ୍ତି । ଲୋକ ଲଜ୍ଜାରେ ଚୁପ୍‌ ରହିଆସୁଥିବା ପୀଡ଼ିତା ଜଣଙ୍କ ଶେଷରେ ନିଜେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏହା ଜଣାପଡ଼ିବା ପରେ ନାବାଳିକାଙ୍କ ମା’ ଥାନାପ ଦ୍ୱାରସ୍ଥ ହୋଇଥିଲେ। ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି । ଉଭୟଙ୍କର ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

   Related Posts