Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ପରକୀୟା ପ୍ରିତି ପାଇଁ ହେଉଥିଲା ଅସୁବିଧା : ପ୍ରେମିକକୁ ଲଗାଇ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ୪ ଗିରଫ

2/05/2019 at 10:41 AM

ଗୈାତମବୁଦ୍ଧ ନଗର ୨/୫: ୟୁପିର ଗୈାତମବୁଦ୍ଧ ନଗର ଜିଲ୍ଲାର ନୋଏଡ଼ା ଏକ୍ସଟେନସନରେ ଏକ ଘରୋଇ କମ୍ପାନୀର ସେଲ୍ସ ମ୍ୟାନେଜରଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ୍। ତାଙ୍କ ହତ୍ୟାର ଷଡ଼ଯନ୍ତ୍ର ଆଉ କେହି ନୁହେଁ ବରଂ ତାଙ୍କ ସ୍ତ୍ରୀ ରଚିଥିଲା। ମ୍ୟାନେଜରଙ୍କ ଶବ ସୋସାଇଟି ବାହାରେ ତାଙ୍କ କାରରୁ ମିଳିଥିଲା। ମୃତ ମ୍ୟାନେଜରଙ୍କ ନାଁ ରୂପେନ୍ଦ୍ର ଚନ୍ଦେଲ। ପୋଲିସ୍ ଏହି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କିନ୍ତୁ ମୃତକଙ୍କ ମୁଖ୍ୟ ଅଭିଯୁକ୍ତ ତାଙ୍କ ପତ୍ନୀ ଏବେ ଯାଏଁ ଫେରାର ଅଛି।


ବିସରଖ ଥାନା ଅଞ୍ଚଳର ଗୈାର ସିଟିରେ ରହୁଥିବା ରୂପେନ୍ଦ୍ର ଚନ୍ଦେଲ ଏକ ଘରୋଇ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିଲେ। ଅପ୍ରେଲ୍ ୨୮ତାରିଖରେ ଗୈାର ସିଟି ପାଖରେ ତାଙ୍କ ଫୋର୍ଡ଼ ଫିଗୋ କାରରେ ତାଙ୍କ ଶବ ମିଳିଥିଲା। ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।


ପୋଲିସ୍ ଅଭିଯୁକ୍ତଙ୍କଠାରୁ ପିସ୍ତଲ ଏବଂ ୪ଟି କାରତୁସ୍ ଜବତ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ହେଉଛି ତାଙ୍କ ପତ୍ନୀର ଅବୈଧ ସମ୍ପର୍କ। ମୃତକଙ୍କ ପତ୍ନୀ ତା’ର ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛି।


ପୋଲିସ୍ ଅଭିଯୁକ୍ତ ଓମବୀରକୁ ଗିରଫ କରିଛି। ସେ ଗାଲେକ୍ସ ନର୍ଥ ଆଭେନ୍ୟୁର ଫ୍ଲାଟ୍ ନମ୍ବର ଇ୨୪୪ରେ ରହେ। ପୋଲିସ୍ ତା’ର ସହଯୋଗୀ ସୁମିତ,ଜନପଦ ଏବଂ ଭୁଲେକୁ ଗିରଫ କରିଛି। ଏହି ୩ଜଣ ମିଶି ରୂପେନ୍ଦ୍ରଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।


ସୂଚନା ଯୋଗ୍ୟ ମୃତକଙ୍କ ପତ୍ନୀ ଅମୃତା ତା’ର ପ୍ରେମିକ ଓମବୀର ସହ ଅବୈଧ ସମ୍ପର୍କ ରଖିଥିଲା। ଦୁହେଁ ରୂପେନ୍ଦ୍ରଙ୍କୁ ନିଜ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଅମୃତା ଅନେକ ଥର ତାଙ୍କ ସ୍ବାମୀଙ୍କଠୁ ଛାଡ଼ପତ୍ର ମାଗିଥିଲା। କିନ୍ତୁ ରୂପେନ୍ଦ୍ର ତାକୁ ଛାଡ଼ପତ୍ର ଦେଇନଥିଲେ।


ଏହି କଥାରେ ରାଗି ଅମୃତା ନିଜ ପ୍ରେମିକ ଓମବୀର ସହ ମିଶି ରୂପେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଅପ୍ରେଲ୍ ୨୮ତାରିଖରେ ସୋସାଇଟି ବାହାରେ କିଛି ଦୂରରେ ଓମବୀର ନିଜ ୨ସାଥୀଙ୍କ ସହ ମିଶି ରୂପେନ୍ଦ୍ରଙ୍କୁ ଛାଡ଼ପତ୍ର ଦେବା କଥା କହିଥିଲେ। କିନ୍ତୁ ସେ ମାନିନଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଓମବୀର ପିସ୍ତଲ ବାହାର କରି ୩ଜଣଙ୍କ ସହ ମିଶି ତାଙ୍କୁ ଗୁଳି ମାରିଥିଲେ। ଘଟଣାସ୍ତଳରେ ରୂପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍ ବର୍ତମାନ ମୁଖ୍ୟ ଅଭିଯୁକ୍ତ ଅମୃତାକୁ ଖୋଜୁଛି।

   Related Posts