କଟକ ମଲ୍ ଭିତରେ ସେଲସ୍ ଗର୍ଲଙ୍କ ସୁଇସାଇଡ୍
7/09/2018 at 5:54 PM

କଟକ ୭/୯: କଟକ ବଜ୍ରକବାଟି ରୋଡରେ ଥିବା ବିଶାଲ୍ ମେଗା ମାର୍ଟ ମଧ୍ୟରେ ଜଣେ ସେଲସ ଗର୍ଲ ଆତ୍ମହତ୍ୟା କରିଛନ୍ତି। ମଲର ଚତୁର୍ଥ ମହଲାରେ ଥିବା ଷ୍ଟୋର୍ ରୁମରେ ସେ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ଆଜି ଦିନ ଦୁଇଟାରୁ ତିନିଟା ମଧ୍ୟରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଯୁବତୀର ନାଁ ରଞ୍ଜିତା ମହାନ୍ତି। ତାଙ୍କ ବୟସ ୧୮ ବର୍ଷ। ସେ କଟକର ଭଗତପୁର ଅଞ୍ଚଳର ବୋଲି ପୋଲିସ୍ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ପୋଲିସ୍ ଶବକୁ ବ୍ୟବଛ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।
Related Posts
ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏସ୍ଟିଏଫ୍ର ଚଢ଼ାଉ, ଜବତ ହେଲା ସିଆଜ୍
26 February 2021
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021