ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ, ହିନ୍ଦୁ ବିରୋଧି ମନ୍ତବ୍ୟ ସହ ପ୍ରଧାନମନ୍ତ୍ରୀ ଏବଂ ୟୁପି ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଆକ୍ଷେପ

Published By : Prameya-News7 Bureau | September 03, 2020 IST

ସାଲେପୁର, ୦୩।୯: ସୋସିଆଲ ମିଡିଆରେ ଭାଇରାଲ ମନ୍ତବ୍ୟ ଯୁବକକୁ ପଡିଲା ମହାଙ୍ଗା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

ଉତ୍ତରପ୍ରଦେଶ ପୋଲିସ ସାଲେପୁର ପୋଲିସର ମିଳିତ ସହଯୋଗରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁସମ୍ଭି ଗ୍ରାମରୁ ରସିଦ ଅହେମ୍ମଦଙ୍କ ପୁତ୍ର ସୟଦ ହସନ ଅହମ୍ମଦକୁ ଗିରଫ କରିଛି।ସୂଚନା ମୁତାବଜ ହିନ୍ଦୁ ବିରୋଧି ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ ମିଡିଆରେ ଭାଇରାଲ ପରେ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦ ଅଧ୍ୟକ୍ଷ କୁଲଦୀପ ପାଞ୍ଚାଲ ସିଙ୍ଗାବାଲି ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲ କୁ ଟ୍ରାକିଂ କରି ସାଲେପୁର ପୋଲିସ ସହାୟତାରେ ତାଙ୍କୁ କୁସମ୍ଭି ଗ୍ରାମରୁ ଗିରଫ କରିଥିଲେ।

ହାସନଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସିଙ୍ଗାବଲି ପୋଲିସ କେସ୍ ନଂ ୨୦୧ରେ ମାମଲା ଦଫା ୫୦୭,୫୦୪,୧୫୩ଏ,୧୨୪ଏ ଦେଶଦ୍ରୋହ ମାମଲା ରଜୁ କରିଛି । ଏହାସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ଶୁକ୍ରବାର ସାଲେପୁର କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇ ରିମାଣ୍ଡରେ ନେବ ବୋଲି ଉତ୍ତର ପ୍ରଦେଶ ପୋଲିସ ଏସ ଆଇ ସୁରଜମଲ ସିଂ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.