ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ, ଜାଣନ୍ତୁ କ’ଣ କହୁଛନ୍ତି ଅଭିଯୁକ୍ତର ମା’
19/09/2019 at 8:39 PM

ସାଲେପୁର – ସାଲେପୁରର ୨୦୧୮ ମସିହା ଏପ୍ରିଲ ମାସରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲର ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ପକ୍ସୋ ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି । ଏହାକୁ ନାବାଳିକାର ପରିବାର ଲୋକ ସ୍ୱାଗତ କରିଛନ୍ତି । ମାତ୍ର ଅଭିଯୁକ୍ତର ମାଆ ତାଙ୍କ ପୁଅ ନିର୍ଦୋଷ କହିବା ସହ ଉପର କୋର୍ଟକୁ ଯିବେ ବାଲି କହିଛନ୍ତି । ସୟଦା ବିବି ନିଜ ପୁଅକୁ ନିର୍ଦୋଷ ବୋଲି କହିଛନ୍ତି । ମାତ୍ର ଅଭିଯୁକ୍ତ ମହମ୍ମଦ ନାମରେ ଦୋଷ ପ୍ରମାଣିତ ହୋଇଛି । ତାହାର ଅମାନୁଷିକ କାର୍ଯ୍ୟର ଉପଯୁକ୍ତି ଶାସ୍ତି ମିଳିଛି ବୋଲି ପୀଡିତାର ପରିବାର ଲୋକ କହିଛନ୍ତି ।
୨୦୧୮ ଏପ୍ରିଲ ୨୧ରେ। ମହମ୍ମଦ ମୁସ୍ତାକ ସେହି ଗାଁର ଜଣେ ୬ ବର୍ଷର ଶିଶୁକୁ ଚକୋଲେଟ୍ ଦେବା ନାଁରେ ସାଙ୍ଗରେ ନେଇଯାଇଥିଲା ।ଆଉ ତା ସହିତ ଦୁଷ୍କର୍ମ କରିଥିଲା। ଧରାପଡ଼ିଯିବା ଭୟରେ ତାର ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲା ।
ମୁମୂର୍ଷୁ ଅବସ୍ଥାରେ ଝିଅଟିକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଥିଲା। ଘଟଣା ଘଟିବାର ୧୯ ଦିନ ଭିତରେ ଚାର୍ଜସିଟ ଦାଖଲ କରିଥିଲା ପୁଲିସ । ପୁଲିସ୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ରେ ୪୬ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲା । ଆସାମୀ ମୁସ୍ତାକ ନାଁରେ ୩୬୩, ୩୦୨, ୩୭୬ (ଏ , ବି ) ୨୦୧ ଆଇ. ପି. ସି ଏବଂ ପକ୍ସୋ ଆକ୍ଟ ୬ ଆଧାରରେ ମୋକଦ୍ଦମା ଦାୟର ହୋଇଥିଲା । ମାମଲାର ଶୁଣାଣୀ ବେଳେ ୨୩ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ ।