Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବ୍ୟାଙ୍କ ଛୁଟି ଦିନରେ ବି ଖାତାରେ ଜମା ହେବ ଦରମା, ନିୟମରେ ବଡ ପରିବର୍ତ୍ତନ ଘୋଷଣା କଲା ଆରବିଆଇ

4/06/2021 at 5:04 PM

ନୂଆଦିଲ୍ଲୀ ୦୪।୦୬: ଏବେ ଆପଣଙ୍କୁ ଦରମା ପାଇଁ ଶନିବାର ଓ ରବିବାର କିମ୍ବା ସପ୍ତାହାନ୍ତ ସରିବାକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନ୍ୟାସନାଲ ଅଟମେଟେଡ୍ କ୍ଲିୟରିଂ ହାଉସ୍‌(NACH) ନିୟମରେ ପରିବର୍ତ୍ତନ କରିଛନ୍ତି। NACHର ସୁବିଧା ୨୦୨୧ ଅଗଷ୍ଟ ୧ରୁ ସାତ ଦିନ ଚାଲିବ। ଏବେ ଏହି ସୁବିଧା କେବଳ ତେବେ ମିଳୁଥିଲା ଯେବେ ବ୍ୟାଙ୍କ ଖୋଲା ରହୁଥିଲା। ସାଧାରଣତଃ ସୋମବାରଠୁ ଶୁକ୍ରବାର ମଧ୍ୟରେ ହିଁ NACHର ସୁବିଧା ମିଳିଥାଏ। କିନ୍ତୁ ଏବେ ସପ୍ତାହକୁ ସାତ ଦିନ ଏହି ସୁବିଧା ମିଳିବ। ଅର୍ଥାତ କର୍ମଚାରୀଙ୍କୁ ଆଉ ଦରମା ପାଇଁ ସୋମବାରକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଶନିବାର ହେଉ କି ରବିବାର କିମ୍ବା ଯେ କୌଣସି ପର୍ବପର୍ବାଣୀରେ ବ୍ୟାଙ୍କ ଛୁଟି ରହିଲେ ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଦରମା ଜମା ହୋଇଯିବ।

ଅନେକ ଥର ଏମିତି ହୋଇଥାଏ ମାସର ପ୍ରଥମ ତାରିଖ ଶନିବାର ଏବଂ ରବିବାର ପଡିଥାଏ। ଏହି କାରଣରୁ ଦରମାପ୍ରାପ୍ତ କର୍ମଚାରୀଙ୍କୁ ଦରମା ପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କ୍ରେଡିଟ୍ ପଲିସିର ସମୀକ୍ଷା କରିବା ସମୟରେ ଉପରୋକ୍ତ ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୪ ଘଣ୍ଟା ସାତ ଦିନ ବର୍ତ୍ତମାନର ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ(ଆରଟିଜିଏସ)ର ଲାଭ ଉଠାଇବା ପାଇଁ NACHର ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ସୁବିଧା ୨୦୨୧ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ।

ଦରମା, ପେନସନ, ଇଏମଆଇ ପେଟେଣ୍ଟ ଏବେ ଓ୍ଵିକେଣ୍ଡରେ ବି ହେବ

NACH ଏକ ବଲ୍‌କ ପେମେଣ୍ଟ ସିଷ୍ଟମ ଯାହାକୁ  ନ୍ୟାସନାଲ ପେଟେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ସଞ୍ଚାଳିତ କରିଥାଏ। ଏହା ଅନେକ ପ୍ରକାରର କ୍ରେଡିଟ୍ ଟ୍ରାନ୍ସଫର ଯଥା ଡେଭିଡେଣ୍ଟ, ଇଣ୍ଟରେଷ୍ଟ, ଦରମା ଓ ପେନସନ ସୁବିଧା ପ୍ରଦାନ କରେ। ଏହା ବ୍ୟତୀତ ଇଲେକ୍ଟ୍ରିସିଟି ବିଲ୍‌ର ପେମେଣ୍ଟ, ଗ୍ୟାସ୍, ଟେଲିଫୋନ, ପାଣି, ଲୋନର ଇଏମଆଇ,ମ୍ୟୁଚଲ ଫଣ୍ଡ ନିବେଶ ଓ ବୀମା ପ୍ରିମିୟମର ଦୈୟ ସୁବିଧା ପ୍ରଦାନ କରିଥାଏ। ଏହାର ଅର୍ଥ ଏବେ ଆପଣଙ୍କୁ ସମସ୍ତ ସୁବିଧା କେବଳ ସୋମବାରରୁ ଶୁକ୍ରବାର ନୁହେଁ ବରଂ ସପ୍ତାହକୁ ସାତ ଦିନ ମଧ୍ୟ ମିଳିବ।

   Related Posts