Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କଠୁ ଅଧିକ ଦରମା ପାଆନ୍ତି ଭାରତର ଦୁଇ କବାଡି ଖେଳାଳି, ୪୦ ମିନିଟ୍ ପାଇଁ ନିଅନ୍ତି ଏତିକି ଟଙ୍କା

6/12/2021 at 8:40 PM

ନୂଆଦିଲ୍ଲୀ ୦୬/୧୨ : ପାକିସ୍ତାନୀ ଖେଳାଳିମାନେ ପାକିସ୍ଥାନ ପ୍ରୋ ଲିଗ୍‌ର ଯେତେ ପ୍ରଶଂସା କଲେ ମଧ୍ୟ ସେମାନେ ଭାରତୀୟ ପ୍ରୋ କବାଡ୍ଡି ଲିଗ୍ ଠାରୁ ବହୁତ ପଛରେ ଅଛନ୍ତି। କାରଣ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ତଥା ତାରକା ଖେଳାଳି ବାବର ଆଜମଙ୍କ ଦରମା ଯେତିକି ତାଠୁ ଢେର ଅଧିକ ବେତନ ପାଆନ୍ତି ଭାରତୀୟ କବାଡି ଖେଳାଳି। ବାବରଙ୍କ ଦରମା ୧.୨୪କୋଟି ଥିବା ବେଳେ ଭାରତୀୟ ପ୍ରୋ-କବାଡି ଲିଗ୍‌ର ସୁପର ଷ୍ଟାର ପ୍ରଦୀପ ନରୱାଲ୍ ଓ ସିଦ୍ଧାର୍ଥ ଦେଶାଇ ତାଙ୍କଠୁ ଅଧିକ ଦରମା ପାଆନ୍ତି। ପାକିସ୍ତାନ ସୁପର ଲିଗ୍‌ରେ ପାକିସ୍ତାନ ଖେଳାଳି ୪ଘଣ୍ଟା ଖେଳୁଥିବା ବେଳେ ଆମ ଭାରତୀୟ ଖେଳାଳି ପ୍ରୋ କବାଡି ଲିଗ୍‌ରେ ମାତ୍ର ୪୦ ମିନିଟ ଖେଳନ୍ତି। ଏହା ସତ୍ତ୍ୱେ ମଧ୍ୟ ବାବର ଆଜମଙ୍କ ପରି ଗୁରୁତ୍ଵପୂର୍ଣ୍ଣ ଖେଳାଳି ବହୁତ କମ ଦରମା ମିଳିଥାଏ।

ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ ପ୍ରଦୀପ ନରୱାଲଙ୍କ ଦରମା ୧.୬୫ କୋଟି ଟଙ୍କା ହୋଇଥିବା ବେଳେ ଭାରତୀୟ ପ୍ରୋ କବାଡ୍ଡି ଲିଗ୍‌ରେ ତାଙ୍କର ଦର୍ଶକୀୟ ଚାହିଦା ବହୁତ ଅଧିକ ରହିଛି। ତାଙ୍କ ପରେ ସିଦ୍ଧାର୍ଥ ଦେଶାଇ ଜଣେ ଭଲ ଭାରତୀୟ କବାଡି ଖେଳାଳି ଭାବେ ବିବେଚିତ ହୁଅନ୍ତି। ତାଙ୍କ ଦରମା ମଧ୍ୟ କିଛି କମ ନୁହେଁ । ତାଙ୍କୁ ଗୋଟିଏ ସିଜିନ ଖେଳିବା ପାଇଁ ୧.୩୦ କୋଟି ଟଙ୍କା ମିଳିଥାଏ। କିନ୍ତୁ ବାବରଙ୍କୁ ଏହି ଦୁଇଜଣ ଖେଳାଳିଙ୍କଠୁ ମଧ୍ୟ ବହୁତ କମ ଦରମା ମିଳେ। ତାଙ୍କୁ ମାତ୍ର ୧.୨୪ କୋଟି ଟଙ୍କା ଦିଆଯାଏ। ବାବର ପାକିସ୍ଥାନ ସୁପର ଲିଗ୍‌ରେ ପ୍ଲାଟିନମ ଖେଳାଳିଙ୍କ ତାଲିକାରେ ଆସନ୍ତି। ତାଙ୍କୁ ଏବେ କରାଚିର କିଙ୍ଗସ ଟିମ୍‌ର କ୍ୟାପଟେନ କରାଯାଇଛି।

   Related Posts