ଭାରତୀୟ କ୍ରିକେଟ ଖେଳାଳୀଙ୍କ ପାରିଶ୍ରମିକ ତାଲିକା, ଜାଣନ୍ତୁ କାହା ଦରମା କେତେ...

Published By : Prameya-News7 Bureau | July 12, 2019 IST

ନୂଆଦିଲ୍ଲୀ୧୨|୭:  ବିସିସିଆଇ ପକ୍ଷରୁ ଭରତୀୟ କ୍ରିକେଟ ଖେଳାଳୀଙ୍କ ବାର୍ଷିକ ରିଟେନର ଫିସ ତାଲିକା ପ୍ରକାଶ କରାଯାଇଥାଏ । ସୂଚନାଯୋଗ୍ୟ ଯେ, ଏହି ଫିସ୍‌ ବାଦ ଖେଳାଳିମାନେ ପ୍ରତ୍ୟେକ ମ୍ୟଚ୍‌ ପିଛା ଅଲଗା ପାରିଶ୍ରମିକ ପାଇଥାନ୍ତି । ଟେଷ୍ଟ ମ୍ୟାଚ ପାଇଁ ଖେଳାଳୀମାନେ ୧୫ଲକ୍ଷ ପାଉଥିବାବେଳେ ଏକ ଦିବସୀୟ ମ୍ୟାଚ ପାଇଁ ୬ଲକ୍ଷ ପାରିଶ୍ରମିକ ପାଇଥାନ୍ତି । ରିଟେନ ଫିସ ପାଇଁ ବିସିସିଆଇ ୨୫ ଜଣ ଖେଳାଳିଙ୍କୁ ୪ଟି କ୍ୟାଟେଗୋରୀରେ ରିଟେନ ଫିସ୍‌ ପ୍ରଦାନ କରିଥାଏ।

୧.ଏ ପ୍ଲସ କ୍ୟାଟେଗୋରୀରେ ଥିବା ଖେଳାଳୀଙ୍କୁ ବାର୍ଷିକ ୭କୋଟି ଟଙ୍କା ରିଟେନ ଫିସ ପ୍ରଦାନ କରିଥାଏ ବିସିସିଆଇ । ଏ ପ୍ଲସ କେଟେଗୋରୀରେ ଏବେ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମା ଏବଂ ଦୃତ ବୋଲର ଯସପ୍ରିତ ବୁମରାହ ଅଛନ୍ତି ।

୨. ଏ କେଟେଗୋରୀରେ ଥିବା ଖେଳାଳିଙ୍କୁ ବାର୍ଷିକ ୫କୋଟି ଟଙ୍କା ଦରମା ଦେଇଥାଏ ବିସିସିଆଇ । ଏହି ଥର ଏହି କେଟେଗୋରୀରେ ଏସ. ରବିଚନ୍ଦ୍ରନ, ଆର. ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଏମ ଏସ ଧୋନୀ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହଣେ, ଋଷଭ ପନ୍ତ, ଶିଖର ଧୱନ, ମହମ୍ମଦ ସମି, କୁଲଦୀପ ଯାଦବ ରହିଛନ୍ତି ।

୩.ବି କେଟଟେଗୋରୀରେ ଥିବା ଖେଳାଳିଙ୍କୁ ବାର୍ଷିକ ୩କୋଟି ଟଙ୍କା ମିଳିଥାଏ । ଏହି କେଟାଗୋରୀରେ ଯୁଜବେନ୍ଦ୍ର ଚହହଲ, କେ ଏଲ ରାହୁଲ, କୁଲଦୀପ ଯାଦବ, ହର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

୪. ସି କେଟାଗୋରୀରେ ରହିଥିବା ଖେଳାଲିଙ୍କୁ ବାର୍ଷିକ ଏକ କୋଟି ଟଙ୍କା ବେତନ ଦେଇଥାଏ ବିସିସିଆଇ । ଏହି କେଟାଗୋରୀରେ ଅମ୍ବାତି ରାୟଡୁ, ଦୀନେଶ କାର୍ତ୍ତିକ, ଖଲିଲ ଅହମ୍ମଦ, ହନୁମା ବିହାରୀ, ରିଦ୍ଧିମାନ ସାହ ଓ ମନୀଷ ପାଣ୍ଡେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଥର ଶିଖର ଧାୱନ ଏବଂ ଭୁବନେଶ୍ବର କୁମାରଙ୍କୁ ବିସିସିଆଇ ଏ ପ୍ଲସ କେଟେଗୋରୀରେ ରଖିଥିଲା । ଏଥର ଏମାନଙ୍କୁ ଏ କେଟାଗୋରୀରେ ରଖାଯାଇଥିବାରୁ ଏମାନେ କ୍ଷତିରେ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.