ଦେଶର ସବୁଠୁ ଶକ୍ତିଶାଳୀ ସୁରକ୍ଷା କର୍ମୀ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋଙ୍କ ଦରମା କେତେ ଜାଣନ୍ତୁ

Published By : Prameya-News7 Bureau | August 15, 2019 IST

ଦେଶରେ କଳା ପୋଷାକ ପିନ୍ଧି ଦେଶର ସୁରକ୍ଷା କରୁଥିବା କମାଣ୍ଡୋଙ୍କୁ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ କୁହାଯାଏ। ପ୍ରକୃତରେ ଏମାନେ ହେଉଛନ୍ତି ନ୍ୟାସନାଲ ସିକ୍ୟୋରିଟି ଗାର୍ଡ। ଏହି କାରଣ ପାଇଁ ଏମାନେ କଳା ପୋଷାକ ପିନ୍ଧନ୍ତି। ଏନ୍‌ଏସଜିର ଗଠନ ୧୯୮୪ ମସିହାରେ କରାଯାଇଥିଲା। ଏମାନେ ଦେଶର ସବୁଠୁ ଅଧିକ ପ୍ରଶିକ୍ଷିତ କମାଣ୍ଡୋ । ଏହି କମାଣ୍ଡୋମାନଙ୍କ ପ୍ରଶିକ୍ଷଣ ବହୁତ କଷ୍ଟକର ହୋଇଥାଏ। ତେବେ ଦେଶର କଡା ସୁରକ୍ଷା କରୁଥିବା ଏହି କମାଣ୍ଡୋଙ୍କ ଦରମା କେତେ ଜାଣିଛନ୍ତି କି…

{"id":144489}

ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋଙ୍କ ଦରମା ୮୪ ହଜାରରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ଯାଏଁ ପ୍ରତି ମାସ ଥାଏ। ଏହା ବ୍ୟତୀତ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ। ସାଧାରଣତଃ ୧୦ ବର୍ଷ ପରେ ଏମାନଙ୍କୁ ପଦୋନ୍ନତି ମିଳିଥାଏ ।   

{"id":144490,"width":580,"height":436}

ଏନ୍‌ଏସଜି କମାଣ୍ଡୋ ବା ବ୍ଲାକ୍‌ କ୍ୟାଟ କମାଣ୍ଡୋ ଭିଭିଆଇପିଙ୍କ ସୁରକ୍ଷା କରନ୍ତି। ଏହା ବ୍ୟତୀତ ବ୍ଲାକ୍‌ କ୍ୟାଟ କମୋଣ୍ଡଙ୍କ ରାଙ୍କ ଓ ଅଭିଜ୍ଞତ ନେଇ ମଧ୍ୟ ସେମାନଙ୍କ ଦରମା ବଢେ। ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଁ ମଧ୍ୟ ଏନ୍‌ଏସଜି ବ୍ଲାକ୍‌ କମାଣ୍ଡୋଙ୍କୁ ପଠାଯାଏ। କମାଣ୍ଡୋମାନଙ୍କ ଯେତିକି ପ୍ରଶଂସା କଲେ ମଧ୍ୟ ସେମାନଙ୍କ ପାଇଁ କମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.