ବନ୍ଦ ହେଲା ୪ ବରିଷ୍ଠ ଅଧିକାରୀଙ୍କ ଦରମା, କାର୍ଯ୍ୟରେ ଅବହେଳା ଯୋଗୁଁ ଚଳିତ ମାସର ଦରମା ବନ୍ଦ

Published By : Prameya-News7 Bureau | October 24, 2020 IST

ମାଲକାନଗିରି ୨୪।୧୦: କାର୍ଯ୍ୟରେ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ଦ ହେଲା ୪ ଜଣ ବରିଷ୍ଠ ଅଧିକାରୀଙ୍କ ଦରମା । ୪ ଜଣ ବିଡିଓଙ୍କ ଦରମା ବନ୍ଦ କରିଛନ୍ତି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ । ଜିଲ୍ଲାର ସମସ୍ତ ଭୋଟରମାନଙ୍କର ଥିବା ଲୋଜିକାଲ ଏରର ସଂଶୋଧନ, ଡବଲ ଏଣ୍ଟ୍ରି, ଡିଏସଇ ଇତ୍ୟାଦି କାର୍ଯ୍ୟ କରିବାକୁ ପୂର୍ବରୁ ବିଡିଓ ଓ ମ୍ୟୁନିସିପାଲିଟି ଅଫିସରଙ୍କୁ  ନିର୍ଦ୍ଦେଶ ଦିଆଯିବା ସହ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଥିଲା ।

ହେଲେ କାର୍ଯ୍ୟରେ ବିଫଳ ହେବା ଯାଗୁଁ ଶନିବାର ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ଓ କୋରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ମାଲକାନଗିରି ମ୍ୟୁନିସିପାଲିଟିର ସହକାରୀ ଅଧିକାରୀଙ୍କ ଚଳିତ ମାସର ଦରମା ବନ୍ଦ କରାଯାଇଛି । ଏହା ସହିତ ଟ୍ରେଜେରୀମାନଙ୍କୁ ମଧ୍ୟ ପରବର୍ତ୍ତି କ୍ଲିୟରାନ୍ସ ମିଳିବା ପର୍ଯ୍ୟନ୍ତ ଚଳିତ ମାସର ଦରମା ନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖଇରପୁଟ ବ୍ଲକର ବିଇଓ ଏବଂ ବିଡିଓଙ୍କ ଟିମ୍ ୱର୍କ ହେତୁ ଏଠାକାର ବିଡିଓଙ୍କ କାର୍ଯ୍ୟ ସନ୍ତୋଷଜନକ ଥିବା ଜଣାପଡିଛି।

{"id":349846,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.