ଶାଳବଣିଆ ଗାଁରେ ମର୍ଡର, କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ !

Published By : Prameya-News7 Bureau | May 05, 2020 IST

ସମ୍ବଲପୁର ୦୫।୦୫: କମେଣ୍ଟ ମରାକୁ ନେଇ ହତ୍ୟା ସନ୍ଦେହ । ସମ୍ବଲପୁର ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଶାଳବଣିଆ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ଦୁଃଶାସନ ଦେହୁରୀ ।

{"id":264957,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହତ୍ୟା ଅଭିଯୋଗରେ ନାକଟିଦେଉଳ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଦୁଃଶାସନ ଦେହୁରୀ ଶାଳବଣିଆ ଗାଁର ଜଣେ ଝିଅକୁ ପ୍ରତିଦିନ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା  । ଝିଅ ଘର ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଘଟଣା ନେଇ ଗତକାଲି ରାତିରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ଦୁଃଶାସନକୁ ହତ୍ୟା କରି ଝିଅଘର ପରିବାର ଲୋକେ ଘଟଣାସ୍ଥଳରୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.