ଏଭଳି କାର କିଣିଛନ୍ତି ଧୋନୀ ଯାହା ଭାରତରେ କାହା ପାଖରେ ନାହିଁ, ଦାମ ଶୁଣିଲେ ଘୁରିଯିବ ମଥା

Published By : Prameya-News7 Bureau | August 12, 2019 IST

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭଳି  ଗାଡି ପ୍ରତି ରହିଛି ଖୁବ୍ ଦୁର୍ବଳତା। ଏଣୁ ତାଙ୍କ ଘରେ ନାମୀଦାମୀ ବ୍ରାଣ୍ଡର ଅନେକ ଜିପ, କାର ଓ ମୋଟର ସାଇକେଲ କିଣି ରଖିଛନ୍ତି। ହେଲେ ଏଥିରେ ବି ତାଙ୍କ ମନଭରିନି। ଏଣୁ ନିକଟରେ ପୁଣି ଏକ ନୂଆ ଗାଡି କିଣିଛନ୍ତି। ସେ କିଣିଥିବା ଗାଡିର ଭର୍ସନ ବି ଭାରତରେ ନାହିଁ। ବାହାରୁ ଇମ୍ପୋର୍ଟ କରିଥିବା ଏହି ଗାଡିର ଦାମ ଶୁଣିଲେ ପଇସାବାଲା ଲୋକଙ୍କର ବି ମଥା ଘୁରିଯିବ।

wp:html
/wp:html

ଧାନୀଙ୍କ ନୂଆ ଗାଡି ବିଷୟରେ ତାଙ୍କ ପତ୍ନୀ ସାକ୍ଷୀଙ୍କ ସୋସାଲ ମିଡିଆରୁ ଜଣାପଡିଛି। ସେ ଏହି ଗାଡିକୁ ତାଙ୍କ ସିମଲାସ୍ଥିତ ଫାର୍ମ ହାଉସରେ ରଖିଛନ୍ତି। ଯେଉଁଥିରେ ସାକ୍ଷୀ ଘରକୁ ନୂଆ ଗାଡି ଆସିଥିବା ନେଇ ଧୋନୀଙ୍କୁ ସୂଚିତ କରିଥିବା ଦେଖାଯାଇଛି। ସେ ଉଲ୍ଲେଖ କରିଛନ୍ତି  ‘ ଲାଲ ସୈତାନ,ତୁମକୁ ଆମ ଘରେ ସ୍ୱାଗତ, ତୁମର ଖେଳଣା ଘରକୁ ଆସି ଯାଇଛି ମାହୀ,ତୁମକୁ ବହୁତ ମିସ୍ କରୁଛି ଓ ନିଜର ନାଗିରକତା ପାଇଁ ଅପେକ୍ଷା କରିଛି, କାରଣ ଦେଶରେ ତୁମର ଏହା ଏକମାତ୍ର ଗାଡି ’।   

{"id":143756}

ବାସ୍ତବରେ ମାହୀ କିଣିଥିବା ଗାଡିଟି ହେଉଛି ‘ଜିପ ଗ୍ରାଣ୍ଡ ଚିରୋକେ’। ଭାରତକୁ ଏପର୍ଯ୍ୟନ୍ତ ଏହି ଗାଡି ଆସି ନାହିଁ। ତେବେ ମାହିଁ ଗାଡିର ଏହି ସ୍ୱତନ୍ତ୍ର ସଂସ୍କରଣକୁ ବିଦେଶରୁ ଆମଦାନୀ କରିଛନ୍ତି। ଧୋନୀଙ୍କ ଲାଲ ରଙ୍ଗର ଏହି ଗାଡିର ମୂଲ୍ୟ ଭାରତରେ ୮୦ରୁ ୯୦ ଲକ୍ଷ ଟଙ୍କା ମଧ୍ୟରେ ହେବ। ଏହା ଏକ ଏସୟୁଭି ମଡେଲ ହୋଇଥିବା ବେଳେ ଏଥିରେ ଟ୍ରେକହକ୍ ୬.୨ ଲିଟର ସୁପରଚାର୍ଜଡ ଭି-୮ଏଚଇଏମଆଇ ଇଞ୍ଜିନ ଲାଗିଛି। ଏହି ଇଞ୍ଜିନର କ୍ଷମତା ୭୦୦ ବିଏଚପି ଓ ଟର୍କ ହେଉଛି ୮୭୫ ଏନଏମ। ଏହି କାର ମାତ୍ର ୩.୬ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ବେଗରେ ଗତିକରିପାରିବ। ବୋଲ୍ଡ ଲୁକର ଏହି ଏସୟୁଭି ଖୁବ୍ ଆକର୍ଷକ। ଏହାର କ୍ୟାବିନରେ ଅନ୍ତର୍ଜାତୀୟ ମାନର ହାଇକ୍ୱାଲିଟି ନାପା ଲେଦର ଲାଗିଥିବା ବେଳେ ୮.୪ଇଞ୍ଚର ଇଂଫୋଟେନମେଣ୍ଟ ସିଷ୍ଟମ ବି ରହିଛି। ଏହାର ଚକ ଗୁଡିକ ୨୦ ଇଞ୍ଚ ଆଲଏ ହ୍ୱିଲର ଲାଗିଛି।

{"id":143757}

ଆଜିକାଲି ଧୋନୀ କ୍ରିକେଟ ମୈଦାନରୁ ବ୍ରେକ ନେଇଥିବା ବେଳେ ଭାରତୀୟ ଆର୍ମିରେ ସର୍ଭିସ କରୁଛନ୍ତି। ଜମ୍ମୁ-କାଶ୍ମୀରରେ ମୁତୟନ ଥିବା ମାହୀ ସେନାର ପାରା କମାଣ୍ଡୋ ବାଟାଲିୟନରେ ନିଯୁକ୍ତ ଅଛନ୍ତି। ତେବେ କାଶ୍ମୀରରେ ଉପୁଜିଥିବା ପରିସ୍ଥିତିରେ ଗୋର୍ଖା, ଶିଖ, ରାଜପୁତ ଓ ଜାଠଙ୍କ ଭଳି ମିଳିତ ରେଜିମେଣଅଟର ୭ଶହ ସୈନିକଙ୍କ ସହ ଦିନରାତି ୨୪ ଘଣ୍ଟା ଡ୍ୟୁଟିରେ ଅଛନ୍ତି। ଏଥିରେ ସେ ପାଟ୍ରୋଲିଂ ସମେତ ଗାର୍ଡ ଓ ପୋଷ୍ଟରେ ବି ଡ୍ୟୁଟି କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଧୋନୀ ଆଗାମୀ ସ୍ୱାଧୀନତା ଦିବସରେ ଲଦ୍ଦାଖରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଆୟୋଜିତ ହେବାକୁ ଥିବା ନୂଆ ପ୍ରଦେଶର ପ୍ରଥମ ସ୍ୱାଧୀନତା ଦିବସ ଉତ୍ସବରେ ପ୍ରଥମଥର ଉତ୍ତୋଳିତ ହେବାକୁଥିବା ଜାତୀୟ ପତାକାକୁ ସାଲ୍ୟୁଟ କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.