ପୋଲିସ୍ କବଜାରେ ସକିଲର ଦୁଇ ଗାର୍ଲଫେଣ୍ଡ : ନୂଆ ଯୁବକଙ୍କୁ ଟାର୍ଗେଟ କରୁଥିଲା ରେଶମା

Published By : Prameya-News7 Bureau | January 04, 2020 IST

କଟକ ୪/୧: ସକିଲର ଜଣକ ପରେ ଜଣେ ଗାର୍ଲଫ୍ରେଣ୍ଡଙ୍କୁ କବ୍‌ଜାକୁ ନେଇଥିବା କମିଶନରେଟ୍‌ ପୋଲିସ ଗ୍ୟାଙ୍ଗଷ୍ଟରର କ୍ରାଇମ ନେଟ୍‌ଓ୍ବର୍କକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି । ବସ୍ତି ଅଂଚଳର ବେକାର ଯୁବକ ଓ ଛାତ୍ରମାନଙ୍କୁ ସକିଲ୍‌ ଗ୍ୟାଙ୍ଗରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଗତକାଲି ଧରାପଡ଼ିଥିବା ସକିଲର ଦ୍ବିତୀୟ ଗାର୍ଲଫ୍ରେଣ୍ଡ ରେଶମା । ଏଥି ସହ ବନ୍ଧୁକ କାରବାର ଏବଂ କେଉଁଠୁ କେତେ ଟଙ୍କାର ବଟି ଆସିବ ସେସବୁ କିଛି ହ୍ୟାଣ୍ଡେଲ୍‌ କରୁଥିଲା ।ପୂର୍ବରୁ ସକିଲର ପ୍ରଥମ ଗାର୍ଲଫ୍ରେଣ୍ଡ ନସରିନ୍‌କୁ ଗିରଫ କରିଥିଲା ପୋଲିସ । …..

{"id":206815,"sizeSlug":"large"}

ଜେଲ ଭିତରେ ଥାଇ ବି ଏକାଧିକ ଗାର୍ଲଫ୍ରେଣ୍ଡଙ୍କ ମାଧ୍ୟମରେ ନିଜ କ୍ରାଇମ୍‌ ନେଟଓ୍ବର୍କ ଚଳାଇଥିଲା ଗ୍ୟାଙ୍ଗଷ୍ଟର ସକିଲ । ପ୍ରଥମେ ନସରିନ୍‌ ଏବଂ ପରେ ରେଶମା । ସକିଲର ଦୁଇ ଦୁଇ ଜଣ ଗାର୍ଲଫ୍ରେଣ୍ଡ ଏବେ କମିଶନରେଟ୍‌ପୋଲିସ କବ୍‌ଜାରେ । ଜାନୁଆରୀ ୧ରେ ନସରିନ୍‌କୁ ଗିରଫ କରିଥିବା ପୋଲିସ ଗତକାଲି କଟକ କେଶରପୁରରୁ ନିଖାତ୍‌ ନସୀମ୍‌ ଓରଫ ରେଶମାକୁ ଉଠାଇଛି । ସକିଲର ଏହି ଦ୍ବିତୀୟ ଗାର୍ଲଫ୍ରେଣ୍ଡ ରେଶମା ବେଆଇନ୍‌ ବନ୍ଧୁକ କାରବାର ସହ ସକିଲର ଟଙ୍କାପଇସା କାରବାର କଥା ବୁଝୁଥିଲା । ଏମିତିକି ସକିଲ ପରିବାରର ସମସ୍ତ ଭଲମନ୍ଦ କାମ ବୁଝିବା ଦାୟ୍ରିତ୍ବରେ ଥିଲା ରେଶମା ।

{"id":206816,"sizeSlug":"large"}

ସକିଲର ଅନୁପସ୍ଥିତିରେ ଗ୍ୟାଙ୍ଗଷ୍ଟରର କ୍ରାଇମ୍‌ ସିଣ୍ଡିକେଟ୍‌କୁ ସକ୍ରିୟ ରଖିବା ପାଇଁ ନୂଆ ନୂଆ ଯୁବକଙ୍କୁ ଗ୍ୟାଙ୍ଗରେ ସାମିଲ କରୁଥିଲା ରେଶମା ।ଏଥିପାଇଁ ମୁଖ୍ୟତଃ ବସ୍ତି ଅଂଚଳର ବେକାର ଯୁବକ ଓ କଲେଜ ଛାତ୍ରଙ୍କୁ ଟାର୍ଗେଟ୍‌ କରୁଥିଲା ରେଶମା । ସେମାନଙ୍କୁ ପୁଳା ପୁଳା ଟଙ୍କା ରୋଜଗାରର ଲୋଭ ଦେଖାଇ ସକିଲ ଗ୍ୟାଙ୍ଗରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିଲା । କିଛି ବଟି ଆଦାୟ ଘଟଣାରେ ରେଶମା ସିଧାସଳଖ ସମ୍ପୃକ୍ତ ଥିବା କଥା ସରକାରୀ ଓକିଲ କହୁଥିବା ବେଳେ ପ୍ରତିପକ୍ଷ  ଓକିଲ କିନ୍ତୁ ଏହାକୁ ସିଧା ସିଧା ମନା କରିଛନ୍ତି । କହିଛନ୍ତି ପୋଲିସ କୁଆଡ଼େ ଉଦେଶ୍ୟମୂଳକ ଭାବେ ରେଶମାକୁ ଗିରଫ କରିଛି ।  

{"id":206817,"sizeSlug":"large"}

ଗ୍ୟାଙ୍ଗଷ୍ଟର ସକିଲର ପୂରା କ୍ରାଇମ୍‌ ନେଟଓ୍ବର୍କକୁ ଖତମ୍‌ କରିବା ମୁଡ୍‌ରେ ରହିଛି କଟକ କମିଶନରେଟ୍‌ପୋଲିସ । ସକିଲ ଗ୍ୟାଙ୍ଗ ସହ ସମ୍ପୃକ୍ତ ଆଉ କିଛି ଅପରାଧୀଙ୍କ ଲିଷ୍ଟ ତୟାର କରିଛି । ଖୁବ୍‌ ଶୀଘ୍ର ସେମାନଙ୍କୁ ଉଠାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ୍‌ ।

{"id":206818,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.