ମା ଦକ୍ଷୀଣକାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ସାମଗ୍ରୀ ଲୁଟ୍

Published By : Prameya-News7 Bureau | February 05, 2020 IST

ଡେଲାଙ୍ଗ ୦୫।୦୨:  ମନ୍ଦିରରୁ ଚୋରି । ସାକ୍ଷୀଗୋପାଳ ନିକଟସ୍ଥ ବିରଗୋବିନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷୀଣକାଳୀଙ୍କ ମନ୍ଦିରରୁ ଚୋରୀ  ହୋଇଛି I ଦୁର୍ବୁତ୍ତମାନେ ମାଙ୍କ ଅଳଙ୍କାର ସହ  ହୁଣ୍ଡିରୁ ଲୁଟ କରିଛନ୍ତି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ମା ଦକ୍ଷିଣକାଳୀଙ୍କ ମନ୍ଦିରରୁ ଲୁଟ୍ ହୋଇଛି । ବୁଧବାର ସକାଳ ସମୟରେ ମନ୍ଦିରର ଗେଟ୍‌ ଖୋଲିଥିଲେ ପୂଜକ । ଗେଟ୍‌ ଖୋଲି ଦେଖିବାକୁ ପାଇଲେ କି ମାଙ୍କ ଅଳଙ୍କାର ଓ ମନ୍ଦିରରେ ଥିବା ହୁଣ୍ଡିରୁ ଲୁଟ୍ ହୋଇଛି । ସ୍ଥାନୀୟଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ତେବେ ପ୍ରାୟ ୧୫ଲକ୍ଷ ଟଙ୍କାର ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.