Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରେମ ପାଇଁ ଘରୁ ପଳାଇଥିବା ସାକ୍ଷୀ ମିଶ୍ରଙ୍କୁ ଧକ୍କା ଦେଇ ବାହାର କରିଦେଲେ ପଡୋଶୀ ମହିଳା ଜାଣନ୍ତୁ କାହିଁକି

13/11/2019 at 3:59 PM

ବରେଲି ୧୩।୧୧- ନିଜ ପୈତୃକ ଘର ଛାଡି ନିଜ ଭାଇର ସାଙ୍ଗ  ଅଜିତେଶ ସହିତ ପ୍ରେମ ବିବାହ କରି ଚର୍ଚ୍ଚାରେ ଥିବା ସାଖୀ  ମିଶ୍ରାଙ୍କର ବିବାଦ ପିଛା ଛାଡୁନାନିଁ  । ଦୀପାବଳୀରେ  ପତିଙ୍କ ସହ ଘରକୁ ଆସିଥିବା ସାକ୍ଷୀଙ୍କୁ ଜଣେ ପଡୋଶୀ ମହିଳାଙ୍କ ମାରପିଟ କରିଥିବାର  ଅଭିଯୋଗ ହୋଇଛି ।  ଏ ନେଇ ଇଜ୍ଜତନଗର ଥାନାରେ ମାମଲା ରୁଜୁ ହୋଇଛି ।  ପରେ ଦୁଇ ପକ୍ଷଙ୍କ  ମଧ୍ୟରେ ଆଲୋଚନା ପରେ ଆପୋଷ ସମାଧାନ ହୋଇଛି ।

ସୂଚନାଯୋଗ୍ୟ ଯେ ,   ବିବାହ  ପରେ  ସାକ୍ଷୀ ଓ  ଅଜିତେଶ ସୁରକ୍ଷା  କାରଣରୁ ଦିଲ୍ଲୀରେ ରହିଆସୁଥିଲେ । ବୀର ସଭରକର ନଗରରେ  ଥିବା  ଅଜିତେଶ  ଘରକୁ  ରହିବାକୁ ସାକ୍ଷୀ ଓ ଅଜିତେଶ ଆସିଥିଲେ  ।ପଡୋଶୀରେ  ରହୁଥିବା ଜଣେ  ମହିଳା  ସାକ୍ଷୀ  ଓ ତାଙ୍କ ପରିବାରକୁ ବଦନାମ  କରିବାକୁ ଯାଇ ଫେସବୁକ ଓ ହ୍ୱାଟସଆପରେ ଖରାପ ଲେଖିବା ସହ ବିବାଦୀୟ ଟିପ୍ପଣୀ ଦେଉଥିବା ସାକ୍ଷୀ ଅଭିଯୋଗ କରିଛନ୍ତି  ।  ମହିଳାଙ୍କ  ସ୍ବାମୀଙ୍କୁ  ଏ ସମସ୍ତ ବିବାଦ ବିଷୟରେ ଜଣାଇଥିଲେ ମଧ୍ୟ ମହିଳା ଜଣଙ୍କ  ବାରମ୍ବାର ଏପରି  କାର୍ଯ୍ୟ କରି ଆସୁଥିଲେ  ।

ସାକ୍ଷୀଙ୍କ କହିବାନୁଯାୟୀ  ଶନିବାର ପଡୋଶୀ  ମହିଳାଙ୍କୁ  ବୁଝାଇବାକୁ ତାଙ୍କ  ଶଶୂର ଓ ସ୍ଥାନୀୟ ଲୋକେ ଆସିବାର ଦେଖି  ମହିଳା ଜଣଙ୍କ ରାଗି ଯାଇଥିଲେ  । ମହିଳାଙ୍କୁ  ରାଗିବାର ଦେଖି ସେମାନେ ଫେରି ଆସୁଥିଲେ, କିନ୍ତୁ ସେହି ସମୟରେ  ମହିଳା ଜଣଙ୍କ  ତାଙ୍କୁ  ଧକ୍କା ଦେଇ ଥିଲେ , ଯାହାଫଳରେ ସେ ତଳେ ପଡିଯାଇଥିଲେ  ସାକ୍ଷୀଙ୍କ ତଣ୍ଟି  ଚିପିବାକୁ ଉଦ୍ୟମ କରିଥିଲେ ମହିଳା।  ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା ।  ଅଜିତେଶ ଘଟଣାସ୍ଥଳରେ ପହଞ୍ଚି ସାକ୍ଷୀଙ୍କୁ ଉଦ୍ଧାର କରିବା ସହ ପୋଲିସ କୁ ଖବର ଦେଇଥିଲା ।  ପୋଲିସ  ଉଭୟଙ୍କୁ ଚେତାବନୀ ଦେବା ସହ  ଦୁଇ ପକ୍ଷଙ୍କ  ମଧ୍ୟରେ ଆଲୋଚନା କରି ଆପୋସ ସମାଧାନ କରିଥିଲା।

ସାକ୍ଷୀ ଓ ଅଜିତେଶଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଭୟଙ୍କୁ  ପୋଲିସ ସୁରକ୍ଷା ମିଳିଛି ।  ଦୁଇଜଣ ବନ୍ଧୁକ ଧାରୀ  ଓ ଚାରି ଜଣ ପୋଲିସ କର୍ମୀ ସବୁବେଳେ ଉଭୟଙ୍କ ସହିତ  ରହିଥାନ୍ତି ।  ଶନିବାର ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ, କିନ୍ତୁ  ମାରପିଟରେ ଉଭୟ  ମହିଳା  ଥିବାରୁ ସେ ପୋଲିସକୁ ସୂଚନା ଦେଇ ଥିଲେ  ମଧ୍ୟ ସୁରକ୍ଷାକର୍ମୀ ଘଟଣାରେ  ହସ୍ତକ୍ଷେପ କରି ନଥିଲେ ।  ପୋଲିସ  ଜୋର ଜବରଦସ୍ତ   ମାମଲାର ସମାଧାନ କରିଥିବା   ସାକ୍ଷୀ ଅଭିଯୋଗ ଆଣିଛନ୍ତି  ।

ସାକ୍ଷୀଙ୍କ କହିବାନୁସାରେ  ମହିଳା ଜଣଙ୍କ  ତାଙ୍କ ସହିତ ମାରପିଟ କରି ତାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିବା ଘଟଣା  କାର୍ଯ୍ୟନୁଷ୍ଠାନ ହେବା ଉଚିତ , କିନ୍ତୁ ମହିଳାଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସାକ୍ଷୀ   ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗରେ କରିବାପାଇଁ  ପରିବାର ସହିତ କଥାବାର୍ତା ହେଉଛନ୍ତି  ।

ସାକ୍ଷୀ ଓ ଅଜିତେଶ ଏବେ ବରେଲିରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  ଅଜିତେଶଙ୍କ ସୂଚନା ଅନୁସାରେ ସାକ୍ଷୀ ଓ ତାଙ୍କ  ମଧ୍ୟରେ ଏହି ଘଟଣାକୁ  ନେଇ କୌଣସି ଅଭିଯୋଗ ନାହିଁ , କିନ୍ତୁ ସେ ବାଦ ବିବାଦରେ ପଡିବାକୁ ଚାହାଁନ୍ତି ନାହିଁ , ତେଣୁ ସେଥିପାଇ ନୂଆରେ ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି ।  କିଛି  ଲୋକ ଶାନ୍ତିଭଙ୍ଗ କରିବାକୁ ଉଦ୍ୟମ କରିବେ , ସେମାନଙ୍କୁ ଠିକ୍ ସମୟରେ  ମୁଁ ଉଚିତ ଜବାବ ଦେବି ବୋଲି ଅଜିତେସ ସୂଚନା ଦେଇଛନ୍ତି  ।

ସାକ୍ଷୀ ଓ ପଡୋଶୀର ମହିଳାଙ୍କ ଝଗଡାର ସମସ୍ତ ଘଟଣା ଭିଡିଓ ରେକର୍ଡ କରାଯାଇଛି । ସମସ୍ତ ଭିଡିଓ ଫୁଟେଜରେ ସାକ୍ଷୀ ନିଜ ଘରୁ ବାହାରି ପଡୋଶୀ ମହିଳାଙ୍କ ଘରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ , ଏବଂ ସେଠାରେ ସାକ୍ଷୀଙ୍କ  ତଳେ ପଡିଥିବା ଦୃଶ୍ୟ କଏଦ ହୋଇଛି ।  କିନ୍ତୁ ପ୍ରଶ୍ନ ଉଠୁଛି ଯେ ସମସ୍ତ ଘଟଣା ସିସିଟିଭିରେ ରେକର୍ଡିଂ ହେବା ବଦଳରେ ଭିଡିଓ ରେକଡିଂ କଣ ପାଇଁ  କରାଯାଉଥିଲା ।

ସାକ୍ଷୀଙ୍କ ପଡୋଶୀଙ୍କ ଘରକୁ ଯିବ ଭୁଲ୍ ଥିଲା , ଫୁଟେଜରେ ମହିଳାଜଣଙ୍କ  ସାକ୍ଷୀଙ୍କୁ  ଧକ୍କାମାରି ଘରୁ ବାହାର କରୁଥିବାର ଦୃଶ୍ୟ ରେକର୍ଡିଂ କରାଯାଇଛି ।  ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଥଲେ । ସାକ୍ଷୀ ଓ ତାଙ୍କ ସ୍ବାମୀ  ମାମଲାର  ସମାଧାନ ହେବା ନେଇ ପୋଲିସକୁ ଲିଖିତ ଆକାରରେ ଦେଇଛନ୍ତି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।  

   Related Posts