ସାକ୍ଷୀଙ୍କ ବାର୍ଥଡେ ପାର୍ଟିର ଝଲକ ଦେଖାଇଲେ ସାନିଆ ମିର୍ଜା : ସ୍ମାଇଲ୍ କରୁଥିବାର ନଜର ଆସିଲେ ଏମ୍ଏସ୍ ଧୋନି

Published By : Prameya-News7 Bureau | November 21, 2020 IST

ଦୁବାଇ ୨୧/୧୧: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଏମଏସ୍ ଧୋନିଙ୍କ ପତ୍ନୀ ସାକ୍ଷୀ ଗୁରୁବାର ନିଜ ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପାର୍ଟିରେ ପାକିସ୍ତାନର ଅଲରାଉଣ୍ଡର ଶୋଏବ ମଲ୍ଲିକ ଏବଂ ତାଙ୍କ ପତ୍ନୀ ସାନିଆ ମିର୍ଜା ମଧ୍ୟ ସାମିଲ ହୋଇଥିଲେ। ଭାରତୀୟ ଟେନିସ୍ ଖେଳାଳି ସାନିଆ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଶୋଏବ,ସାକ୍ଷୀ ଏବଂ ଧୋନିଙ୍କ ସହ ଅଛନ୍ତି। ଏଥିରେ କମେଣ୍ଟ କରିଛନ୍ତି ମଜାର ସମୟ।

{"id":365386,"sizeSlug":"large"}

ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ ଟ୍ବିଟରରେ ସାକ୍ଷୀଙ୍କ ଏକ ଭିଡିଓ ପୋଷ୍ଟ୍ କରିଥିଲେ ଏବଂ କହିଥିଲେ ଯେ ସେ ଧୋନିଙ୍କ ଅରେଞ୍ଜ ହେୟାର କଲରସ୍ ଲୁକ୍‌କୁ ପସନ୍ଦ କରି ନାହାନ୍ତି। ସାକ୍ଷୀ କହିଛନ୍ତି ଯେ ସୌଭାଗ୍ୟବଶତଃ ସେ ତାଙ୍କୁ ତାଙ୍କ ଲମ୍ବା କେଶ ଥିବାବେଳେ ଦେଖି ନାହାନ୍ତି। ଯଦି ସେ ତାଙ୍କୁ ଭେଟିଥାନ୍ତେ ତେବେ ନାରଙ୍ଗୀ ରଙ୍ଗର ଲମ୍ବା କେଶ ଦେଖିନଥାନ୍ତେ। ସେ କହିଥିଲେ ଯେ ଲମ୍ବା କେଶ କେବଳ ଜନଙ୍କୁ ଭଲ ଲାଗେ। ମାହିଙ୍କୁ ନୁହେଁ।

{"id":365387,"sizeSlug":"large"}

ଧୋନି ୨୦୧୦ମସିହା ଜୁଲାଇ ୪ତାରିଖରେ ସାକ୍ଷୀଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସେ ଭାରତକୁ ବିଶ୍ବ କପ୍ ଜିତାଇଥିଲେ।  

{"id":365389,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.