Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ସଜନା ପତ୍ରର ମାନବୃଦ୍ଧି ନେଇ ସୋଆର ଗବେଷଣା: ଜାମୁଝାରୀରେ ପ୍ରତିଷ୍ଠା ହୋଇଛି ଗବେଷଣାଗାର

18/07/2020 at 11:53 AM

ଭୁବନେଶ୍ୱର,୧୮|୦୭: ଶିକ୍ଷା ଓ ଅନୁସନ୍ଧାନ(ସୋଆ ଡିମଡ୍‌ ଟୁ ବି ୟୁନିଭର୍ସିଟି)ର ଗବେଷକମାନେ ସଜନା ପତ୍ରର ମାନବୃଦ୍ଧି ନେଇ ଗବେଷଣା କରିଛନ୍ତି । ଯାହା ନୂଆ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିିଛି । ସଜନା ଗଛ ବାବଦରେ ଗବେଷଣା କରି ଏହା କିଭଳି ବୃଦ୍ଧି ପାଇପାରିବ ସେ ବାବଦରେ ଚାଷୀମାନଙ୍କୁ ପ୍ରେରଣା ଯୋଗାଇଛି । ସଜନା ଶାଗ କେବଳ ଭଲ ଖାଦ୍ୟ ନୁହଁ, ଏହାର ବିଭିନ୍ନ ଔଷଧୀୟ ଗୁଣ ରହିଛି । ସଜନାର ପତ୍ର, ଚେର, ମଞ୍ଜି ଓ ଗଛ ସବୁଥିରେ ଖଣିଜ ଲବଣ, ପ୍ରୋଟିନ୍‌, ଭିଟାମିନ୍‌, ବିଟା-କାରୋଟିନ୍‌, ଆମିନୋ ଏସିଡ୍‌ ସମେତ ବିଭିନ୍ନ ପ୍ରକାର ଫେନୋଲିକ୍ସ ପଦାର୍ଥ ରହିଛି । ଯାହାକୁ ଚାଷ କରି ଜଣେ ଭଲ ବ୍ୟବସାୟ କରିପାରିବ ବୋଲି ସୋଆ ସେଣ୍ଟର୍‌ ଫର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଇ. ସୁବୁଦ୍ଧି କହିଛନ୍ତି ।

ସଜନାରେ ଆଣ୍ଟି ଟ୍ୟୁମର୍‌, ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଅଲସର୍‌, ଆଣ୍ଟି-ସ୍ପାସମୋଡିକ୍‌, ଆଣ୍ଟି-ହାଇପରଟେନ୍ସିଭ୍‌, ଡାଇୟୁରେଟିକ୍‌, ଆଣ୍ଟି-ଅକ୍ସିଡାଣ୍ଟ୍‌, ଆଣ୍ଟି-ଡାଇବେଟିସ୍‌, ହେପାଟୋ-ପ୍ରୋଟେକ୍ଟିଭ୍‌, ଆଣ୍ଟି-ମାଇକ୍ରୋବାୟଲ୍‌ ଆଦି ଗୁଣ ରହିଛି। ସେହିପରି ସଜନା କୋଲେଷ୍ଟ୍ରୋଲ୍‌ ହ୍ରାସ କରିଥାଏ । ଏହା ସହିତ ହୃଦ୍‌ ଏବଂ ରକ୍ତ ସଞ୍ଚାଳକ ଉତ୍ସାହକାରୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି ।

ଯଦିବା ଏହି ପତ୍ରର ବିଭିନ୍ନ ଔଷଧୀୟ ଗୁଣ ରହିଛି, ମାତ୍ର ଏହା ଗଛରୁ ଅଲଗା ହେବାର କିଛି ସମୟ ମଧ୍ୟରେ ପୁଷ୍ଟିକର ମୂଲ୍ୟଗୁଡିକ ହରାଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ତେଣୁ ଏ ଦିଗରେ ବୈଜ୍ଞାନିକ ପଦ୍ଧତି ଅନୁକରଣ କରିବାର ଆବଶ୍ୟକତା ରହିଛି । ଚାଷୀମାନେ ଏ ବାବଦରେ ତାଲିମ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି। ସେ ଓ ତାଙ୍କର ସହଯୋଗୀ ପ୍ରଫେସର ବି.ବି. ସୁବୁଦ୍ଧି ସଜନା ପତ୍ରର ମାନବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଗବେଷଣା କରିଛନ୍ତି । ଯାହା ଚାଷୀମାନଙ୍କ ସହିତ ମିଳିତ ପରୀକ୍ଷା ପରେ ସଫଳ ବୋଲି ପ୍ରମାଣିତ ହୋଇଛି । ତେବେ ସୋଆରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଗ୍ରାମୀଣ ତଥା ଆଦିବାସୀ ବିକାଶ କେନ୍ଦ୍ର(ସିଆରଟିଡି) ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ରର ଅତ୍ୟାଧୁନିକ ଗବେଷଣାଗାର ରାଜଧାନୀ ଉପକଣ୍ଠ ଜାମୁଝାରୀଠାରେ ସୋଆ ଦ୍ୱାରା ପରିଚାଳିତ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ଏବଂ ତାଲିମ କେନ୍ଦ୍ରରେ ପ୍ରତିଷ୍ଠା ହୋଇଛି । ଏହି ଗବେଷଣାଗାରରେ ସଜନାର ମାନବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଗବେଷଣା ସଫଳ ହୋଇଛି ।

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ(ଡିଏସଟି)ପକ୍ଷରୁ ମଧ୍ୟ ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି । ସେଥିରେ ସଜନା ପତ୍ରର ମାନବୃଦ୍ଧି ସହିତ ଆଦିବାସୀ ସମ୍ପ୍ରଦାୟର ସ୍ଥାୟୀ ଜୀବିକା ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଜାମୁଝାରୀ କେନ୍ଦ୍ରରେ ସଜନାପତ୍ରର ପ୍ରକ୍ରିୟାକରଣ ଏବଂ ପ୍ୟାକ୍‌ କରିବା ପାଇଁ କୃଷକମାନଙ୍କୁ ତାଲିମ ଦିଆଯାଉଛି ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି । ସେମାନଙ୍କୁ ଅଧିକରୁ ଅଧିକ ସଜନା ଶାଗ ଚାଷ କରିବାକୁ ଉତ୍ସାହିତ କରାଯାଉଛି । ଏହାକୁ ଏକ ସଫଳ ବ୍ୟବସାୟରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରସାଶନ, ଉଦ୍ୟାନ କୃଷି ବିଭାଗର ବିଶେଷଜ୍ଞମାନେ ସମର୍ଥନ କରିବାକୁ ପ୍ରଫେସର ସୁବୁଦ୍ଧି ଓ ତାଙ୍କ ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ।

   Related Posts