୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା ; ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | December 17, 2018 IST

ଦିଲ୍ଲୀ ୧୭|୧୨:  ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ । ଟ୍ରାଏଲ କୋର୍ଟ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେଇଥିବା ବେଳେ, ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଅପରାଧିକ ଷଡଯନ୍ତ୍ର ଏବଂ ହିଂସାକୁ ପ୍ରୋତ୍ସାହିତ କରିବା ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ମଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଦିଲ୍ଲୀ ହାଇକୋର୍ଟର ଏକ ୨ ଜଣିଆ ଖଣ୍ଡପୀଠ ୩୪ ବର୍ଷ ପରେ ୧୯୮୪ ଶିଖ୍ ଦଙ୍ଗା ଘଟଣାରେ ଗୋଟିଏ ମାମଲାର ବିଚାର କରି ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୧୯୮୪ରେ ଦିଲ୍ଲୀର ଛାବନୀ ଅଞ୍ଚଳର ରାଜନଗରଠାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ସଜ୍ଜନଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ୨୦୧୩ରେ ଟ୍ରାଏଲ କୋର୍ଟ ସଜ୍ଜନଙ୍କୁ ଅଭିଯୋଗରୁ ମୁକ୍ତ କରିଥିଲେ । ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ ଏବଂ ଅନ୍ୟ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ସିବିଆଇ ଆବେଦନ କରିବା ପରେ ହାଇକୋର୍ଟ ଉକ୍ତ ରାୟକୁ ଓଲଟାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.