ଗୁପକାର ମେଣ୍ଟରେ ଫାଟ, ପୃଥକ ହେଲା ସଜ୍ଜାଦ ଲୋନ୍‌ଙ୍କ ପ୍ୟୁପିଲସ୍ କନଫରେନ୍ସ

Published By : Prameya-News7 Bureau | January 19, 2021 IST

ଶ୍ରୀନଗର ୧୯।୧: ପ୍ୟୁପିଲସ୍ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ (ପିଏଜିଡ)ରୁ ସଜ୍ଜାଦ ଗନି ଲୋନଙ୍କ ପ୍ୟୁପିଲସ୍‌ କନଫରେନ୍ସ (ପିସି) ପାର୍ଟି ମଙ୍ଗଳବାର ପୃଥକ ହୋଇଯାଇଛି। ଲୋନ ଏ ନେଇ ପିଏଜିଡି ମୁଖ୍ୟ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଏକ ଦୀର୍ଘ ପତ୍ର ଲେଖିଛନ୍ତି। ଯେଉଁଥିରେ ମେଣ୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରିଛନ୍ତି।

{"id":395014,"sizeSlug":"large","linkDestination":"none"}

ଲୋନ ଲେଖିଥିବା ପତ୍ରରେ ଗତ ଜମ୍ମୁ-କାଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଏଥିରେ ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ପ୍ରକ୍ସି ପ୍ରାର୍ଥୀଙ୍କୁ ଛିଡା କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି ଯେ ଡିଡିସି ନିର୍ବାଚନରେ ଗୁପକାର ମେଣ୍ଟକୁ ବହୁମତ ମିଳିଛି ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ। ହେଲେ ମିଳୁଥିବା ଅନ୍ୟ ତଥ୍ୟକୁ ମଧ୍ୟ ଅସ୍ୱୀକାର କରାଯାଇ ନ ପାରେ ବୋଲି ଲୋନ୍‌ ଉଲ୍ଲେଖ କରିଛନ୍ତି।

{"id":395015,"sizeSlug":"large","linkDestination":"none"}

ସେ ପତ୍ରରେ କହିଛନ୍ତି ଯେ ଏହି ୫ ଅଗଷ୍ଟ ( ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର) ସନ୍ଦର୍ଭରେ ମିଳୁଥିବା ଏହି ତଥ୍ୟରୁ ଗୁପକାର ବିରୋଧରେ ସର୍ବାଧିକ ଭୋଟ ପଡିଥିବା ଜଣାପଡିଛି ଯାହାକୁ ଅସ୍ୱୀକାର କରାଯାଇ ନ ପାରେ। ପରେ ସେ ଏହି ତଥ୍ୟକୁ ଗଣମାଧ୍ୟମରେ ମଧ୍ୟ ସେୟାର କରିଛନ୍ତି। କହିଛନ୍ତି ଯେ ଡିଡିସି ନିର୍ବାଚନରେ ଜନତାଙ୍କ ଭୋଟର ଏହା ସେହି ପ୍ରତିଶତ ନୁହେଁ ଯାହା ଜମ୍ମୁ-କାଶ୍ମୀର ଜନତା ୫ ଅଗଷ୍ଟ ପରେ ହକଦାର ଥିଲେ।

wp:embed {"url":"https://twitter.com/rammadhavbjp/status/1351517636308287490","type":"rich","providerNameSlug":"twitter","responsive":true,"className":""}
https://twitter.com/rammadhavbjp/status/1351517636308287490
/wp:embed

ତଥ୍ୟକୁ ଆମେ ଲୁଚାଇ ପାରିବାନି ହେଲେ ଫନ୍ଦିକରି ଲୋକଙ୍କଠାରୁ ଅଣାଯାଇଥିବା ଭୋଟ ମଧ୍ୟ ଆମର କୌଣସି କାମରେ ଆସିବନି ବୋଲି ଲୋନ୍‌ କହିଛନ୍ତି। ଯେଉଁଠି ଲୋକେ ଗୁପକାର ଚାହୁଁ ନଥିଲେ ସେଠି ମେଣ୍ଟର ଛଦ୍ମ ପ୍ରାର୍ଥୀଙ୍କୁ ଜିତାଇ ଅଣାଯାଇଛି। ଏହାକୁ ନିର୍ବାଚନର ଫଳାଫଳ କୁହାଯାଇପାରିବନି ବୋଲି କହିଛନ୍ତି ଲୋନ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.