ସାଜିଦଙ୍କ ପତ୍ନୀ ଓ୍ଵାଜିଦଙ୍କୁ ଦେଇଥିଲେ ନିଜ କିଡନୀ, ତଥାପି ସେ ବଞ୍ଚି ପାରିଲେନି

Published By : Prameya-News7 Bureau | June 02, 2020 IST

ମୁମ୍ବାଇ ୨/୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଓ୍ଵାଜିଦ ଖାନ୍ ଅନ୍ତିମ ସମୟରେ ସପ୍ତାହେ ଯାଏଁ କରୋନା ଭାଇରସ୍ ସଂକ୍ରମଣ ଭୋଗିଥିଲେ। ସେହି ସମୟରେ ମେ ୩୧ତାରିଖ ରାତିରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ସେ ଆଖି ବୁଜିଥିଲେ। ଓ୍ଵାଜିଦ ଦୀର୍ଘ ଦିନରୁ କିଡନୀଜନିତ ରୋଗରେ ପୀଡିତ ଥିଲେ। କିନ୍ତୁ କିଡନୀ ପ୍ରତିରୋରପ ପରେ ବି ତାଙ୍କୁ ବଞ୍ଚାଯାଇ ପାରି ନଥିଲା।

ମେଡିକାଲ୍ ରେକର୍ଡ଼ରୁ ଜଣା ପଡ଼ିଥିଲା ଯେ କିଛି ଦିନ ତ​‌ଳେ ଓ୍ଵାଜିଦଙ୍କ ଭାଉଜ ଅର୍ଥାତ୍ ସାଜିଦ ଖାନଙ୍କ ପତ୍ନୀ ତାଙ୍କୁ ନିଜ କିଡନୀ ଡୋନେଟ୍ କରିଥିଲେ। କିନ୍ତୁ ତାଙ୍କ ଶରୀର ପ୍ରତିରୋପଣ ହୋଇଥିବା କିଡନୀକୁ ଗ୍ରହଣ କରିନରିଥିଲା। ଏହା ପରେ କିଡନୀ ସଂକ୍ରମଣ ହୋଇଥିବା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ୨ମାସ ଯାଏଁ ରହିଥିଲେ।

ଏପ୍ରିଲ୍ ୭ତାରିଖରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ଏପ୍ରିଲ୍ ୮ତାରିଖରେ ସେ ଭର୍ସୋଭା କବରରେ ଶବ-ଏ-ବାରାତରେ ସାମିଲ ହୋଇଥିଲେ। ଏପ୍ରିଲ୍ ୧୦ତାରିଖରେ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ଘରକୁ ଫେରି ନଥିଲେ ଏବଂ ସେହି କବରରେ ତାଙ୍କୁ ପୋତି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.