ସଇତାନ ସାବତମାଆ- ୩ ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି କଲା ହତ୍ୟା! ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | August 25, 2019 IST

କଳାହାଣ୍ଡି ୨୫।୮- ସାବତ ମା’ ସାଜିଲା ସଇତାନ । ୩ ବର୍ଷ ର ନିଷ୍ପାପ ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା କଲା ମା’। କଳାହାଣ୍ଡି ଜିଲ୍ଲା ନର୍ଲ। ଥାନା ଅନ୍ତର୍ଗତ ଲାଖପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶିଶୁ କନ୍ୟାର ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସାବତ ମା’  ଓ ବାପାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।...

{"id":148874}

ସଇତାନ ସାଜିଲା ସାବତ ମା’ ! ଅତି ନିର୍ମମ ଭାବେ ୩ ବର୍ଷର କୋମଳମତି ଶିଶୁର ଚିପିଦେଲା ତଣ୍ଟି ! ଦେଖନ୍ତୁ ଏ ଭିଜୁଆଲକୁ ମୃତ ଶିଶୁ କନ୍ୟା ନନ୍ଦନୀ ସାର ବେକରେ କିଭଳି କଳା ଦାଗ ପଡିଛି । ପାଟିରେ ରକ୍ତ ଲାଗିଥିବା ଅବସ୍ଥା ରେ କୋଠରୀ ରୁ ଉଦ୍ଧାର ହୋଇଛି ଶିଶୁର ମୃତଦେହ । ସତରେ କେତେ ହୃଦୟ ବିଦାରକ  ଏ ଘଟଣା । କଳାହାଣ୍ଡି ଜିଲ୍ଲା ନର୍ଲ। ଥାନା ଅନ୍ତର୍ଗତ ଲାଖପଦର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସାବତ ମା ଆଶା ଶିଶୁକୁ ହତ୍ୟା କରିଥିବା ମୃତ ଶିଶୁର ମାମୁଁ ନର୍ଲ। ଥାନାରେ ଅଭିଯୋଗ କରିଛନ୍ତି ।ଶିଶୁ କନ୍ୟାର ମାଙ୍କ ମୃତ୍ୟୁ ପରେ ତାର ଦେଖାଶୁଣା ପାଇଁ ୩ ମାସ ତଳେ ଦ୍ବିତୀୟ ବିବାହ କରିଥିଲେ  ବାପା ଯୁଗେଶ୍ବର ସାହୁ ।ମା ଛେଉଣ୍ଡ ହେବା ପରେ ଶିଶୁ ତାଙ୍କ ମାମୁ ଘରେ ରହୁଥିଲେ । କିଛି ଦିନ ତଳେ ସାବତ ମା, ବାପାଙ୍କ ପାଖକୁ ଆସିଥିଲା ଶିଶୁ କନ୍ୟା । ହେଲେ କିଏ ଜାଣିଥିଲା ସାବତ ମା ସଇତାନ ସାଜି ତାର ଜୀବନ ନେଇଯିବ ?

{"id":148875}

ଯୁଗେଶ୍ବର ଘରେ ଅନୁପସ୍ଥିତ ଥିବା ସମୟରେ ଶିଶୁ କନ୍ୟାକୁ ହତ୍ୟା କରାଯାଇଥିଲା । ଘରକୁ ଫେରି ଝିଅର ମୃତ୍ୟୁ ବାବଦରେ ଜାଣିଥିଲେ ସୁଧା ପୋଲିସକୁ ଜଣାଇନଥିଲେ ବାପା । ପଡୋଶୀଙ୍କ ଠାରୁ ଖବର ପାଇ ମାମୁଁ ଘର ଲୋକେ ନର୍ଲ। ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସନ୍ଧାନି କୁକୁର ସହାୟତାରେ ନର୍ଲା ପୋଲିସ ଘଟଣାର ଛାନଭିନ ଚଳାଇଥିବା ବେଳେ ଶ୍ବାସ ରୁଦ୍ଧ ହୋଇ ତାର ତାର ଜୀବନ ଯାଇଥିବା ପ୍ରାଥମିକ ତଦନ୍ତ ପରେ ଅନୁମାନ କରୁଛି । ଅଭିଯୁକ୍ତ ସାବତ ମା ଆଶାକୁ ପୋଲିସ ହତ୍ୟା ସନ୍ଦେହରେ ଆଟକ ରଖିଥିବା ବେଳେ ସ୍ବାମୀ ଯୁଗେଶ୍ବରକୁ ହତ୍ୟାକାଣ୍ଡ ବାବଦରେ ଜାଣିବା ପରେ ସହଯୋଗ କରିଥିବା ଅଭିଯୋଗରେ ଅଟକ ରଖିଛି ।

{"id":148877}

ଶିଶୁର ମୃତ୍ୟୁ ନେଇ  କିଛି ଜାଣିନଥିବା ସଫେଇ ଦେଇଛନ୍ତି ସାବତ ମା । କାରଣ ଯାହା ହେଉନା କାହିଁକି ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି । ଦୋଷୀ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

{"id":148878}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.