ସୈତାନ ବୃଦ୍ଧ : କୁନି ଝିଅକୁ ୫ ବର୍ଷରେ ୬୦ ଥର କରିଥିଲା ଦୁଷ୍କର୍ମ, ବିଚାରପତି ଶୁଣାଇଲେ, 'ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଭିତରୁ ବାହାରି ପାରିବ ନାହିଁ'

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ,୨୭/୦୭:  ଭୟଙ୍କର ଅପରାଧ । ବୟସ ଅଧିକ ହେଲେ ବେଳେ ବି ମନରେ କାମନାର ବିଚିତ୍ର ଭାବନା। ୭୮ ବର୍ଷରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ । ଥରେ ନୁହେଁ ବରଂ ୬୦ ଥର ଦୁଷ୍କର୍ମ । ଏହି ଛାଚିଥରା ଘଟଣା ପାଇଁ ଅଭିଯୁକ୍ତ ବୃଦ୍ଧକୁ ମିଳିଛି ଜେଲ୍ ଦଣ୍ଡ । ତାହା ପୁଣି ଦେହରେ ଜୀବନ ଥିଲା ଯାଏଁ ଜେଲରେ କାଟିବେ ସଜ୍ଜା ।

ଘଟଣା ହେଉଛି ପଶ୍ଚିମ ଇଂଲଣ୍ଡର । ଏଠାର ବାସ କରୁଥିବା ୭୮ ବର୍ଷୀୟ ଜେମ୍ସ ନଲେସଙ୍କୁ ମିଳିଛି ଆଜୀବନ ଜେଲଦଣ୍ଡ । ଅର୍ଥାତ ମୃତ୍ୟୁ ଯାଏଁ ସେ ଜେଲରେ କାଟିବେ ବନ୍ଦୀ ଜୀବନ  । ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ସୂଚନାନୁସାରେ, ଜେମ୍ସ ୧୯୯୦ରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ ଶୁଣିନଥିଲା । କିନ୍ତୁ ୨୦୧୮ରେ ମାମଲା ପୁଣି ଉଠିଥିଲା । କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।

ଏହାର ଶୁଣାଣି କରି ମଙ୍ଗଳବାର ଜଷ୍ଟିସ୍ ଡେଭିଡ୍ ଅବ୍ରେ ଅଭିଯୁକ୍ତ ଜେମ୍ସଙ୍କୁ କହିଥିଲେ ଯେ, ପୁରୁଣା କଳଙ୍କିତ ପାପ ଲୁଚି ରହିବନି । ଏହାର ଫଳ ମିଳିବ । ମୃତ୍ୟୁ ଯାଏଁ ଜେଲରେ ହିଁ ରହିବାକୁ ହେବ । କାରଣ ସେ ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲେ । ସେତେବେଳେ ଶିଶୁଟିର ବୟସ ୫ରୁ ୧୦ ବର୍ଷ ଭିତରେ ଥିଲା । ଥରେ ନୁହେଁ ସେ ୬୦ ଥର ଶିଶୁକୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ ।

ପୀଡିତା କହିଥିଲେ ଯେ, ପ୍ରତି ସପ୍ତାହରେ କୌଣସି ପର୍ବ ବେଳେ ଜେମ୍ସ ତାଙ୍କୁ ଦୁଷ୍କର୍ମ କରୁଥିଲେ । ଏପରି ଭାବେ ତାଙ୍କୁ ୧୦ ସପ୍ତାହ କାଳ ଦୁଷ୍କର୍ମ କରାଯାଇଥିଲା । ସେତେବେଳେ ସେ ଖୁବ୍ କମ ବୟସର ଥିଲେ ।

ଶୁଣାଣି ବେଳେ ଅଭିଯୁକ୍ତ ଜେମ୍ସ ଭିଡିଓ କନଫରେନ୍ସିଂରେ ହ୍ୱିଲ୍ ଚେୟାରରେ ବସି ଉପସ୍ଥିତ ରହିଥିଲେ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ ଲାଗି ତାଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲା । କିନ୍ତୁ ସେ ଦେଇପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.