ମୃତ ଶିଶୁ ସାଇଶ୍ରୀଙ୍କ ବଡ଼ ଭାଇ ଓମ୍‌ଶ୍ରୀ ହତ୍ୟା ଦିନ କେଉଁଠି ଥିଲେ...? ପୋଲିସ୍‌ ଦେଲା ସୂଚନା

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୯/୦୬: ଖଣ୍ଡଗିରି ରାଜୀବ ନଗରରେ ସାଢ଼େ ୫ ବର୍ଷର ଶିଶୁ ସାଇଶ୍ରୀର ତଣ୍ଟିଚିପି ହତ୍ୟା କରିବା ଘଟଣାକୁ ୬ ଦିନ ବିତିଲାଣି । ତଥାପି ହତ୍ୟା ପଛର ରହସ୍ୟ ଫିଟିପାରିନି। ହତ୍ୟା ଅଭିଯୁକ୍ତ ତନୁଶ୍ରୀ ପାରମାଣିକ ଏମସ୍‌ ହସ୍ପିଟାଲରେ ଏବେ ବି ଚିକିତ୍ସିତ ଅଛନ୍ତି । ତାଙ୍କୁ ଆଇସିୟୁରୁ ଗତକାଲି ତାଙ୍କୁ ମାନସିକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆଜି ପୁଲିସର ଏକ ଟିମ୍‌ ତାଙ୍କୁ ହସ୍ପିଟାଲରେ ଭେଟି ବୟାନ ରେକର୍ଡ କରିପାରେ ବୋଲି ସୂଚନା ମିଳିଛି ।
  

ଏମସ୍‌ ଡାକ୍ତରଙ୍କ ସୂଚନା ମୁତାବକ, ତନୁଶ୍ରୀ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି । ହେଲେ ତାଙ୍କ ମାନସିକ ସ୍ଥିତି ଆଗ ଅପେକ୍ଷା ଅଧିକ ବିଗିଡି ଯାଇଛି । ଚେତା ଫେରିବା ପରେ ସେ ବାଉଳି ହେଉଛନ୍ତି । ନିଜ କୁନି ଝିଅକୁ ଖୋଜୁଛନ୍ତି । ଏମିତିକି ମୃତ୍ୟୁ ଘଟିଥିବା ପୁଅ ସମ୍ପର୍କରେ ମଧ୍ୟ ପଚାରୁଛନ୍ତି । ଏହା ମଧ୍ୟରେ ପୁଲିସ ଟିମ୍‌ ୩ ଥର ହସ୍ପିଟାଲ ଯାଇ ଖାଲି ହାତରେ ଫେରିଛି । ମାନସିକ ୱାର୍ଡକୁ ସ୍ଥାନାନ୍ତର ହେବା ପରେ ତନୁଶ୍ରୀ କଥା କହିବା ସ୍ଥିତିକୁ ଫେରିବେ । ସେତେବେଳେ ତନୁଶ୍ରୀଙ୍କୁ ଜେରା କରାଗଲେ, ହତ୍ୟାକାଣ୍ଡର ପଛର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ଆଶା ରଖିଛି ।

ଇତିମଧ୍ୟରେ ପୁଲିସ ତନୁଶ୍ରୀଙ୍କ ୪ ବର୍ଷୀୟ ଝିଅକୁ ଘଟଣା ସମ୍ପର୍କରେ ପଚାରି ବୁଝିଛି । କିନ୍ତୁ ତା’ଠାରୁ ହତ୍ୟାକାଣ୍ଡର ସଠିକ୍‌ ଚିତ୍ର ମିଳିପାରିନି । କାହିଁକି ନା, ତନୁଶ୍ରୀଙ୍କ ଝିଅ କହିଛନ୍ତି ଯେ, ସେ ମୋବାଇଲ୍‌ରେ ଗେମ୍‌ ଖେଳୁଥିଲେ । ସାଇଶ୍ରୀ ତାକୁ ମୋବାଇଲ୍‌ ମାଗିବାରୁ ତନୁଶ୍ରୀ ଚିଡି ଯାଇ ତାଙ୍କ ବେକକୁ ଓଢ଼ଣୀରେ ଚିପି ଦେଇଥିଲେ । ସେପଟେ ସାଇଶ୍ରୀଙ୍କ ବଡ଼ ଭାଇ ଓମ୍‌ଶ୍ରୀ ମଧ୍ୟ ଘଟଣାସ୍ଥଳରେ ତନୁଶ୍ରୀଙ୍କ ଝିଅ ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ଦେଖିଥିବା ପୁଲିସକୁ କହିଛନ୍ତି । ତେବେ ସାମାନ୍ୟ ମୋବାଇଲ୍‌ ନ ଦେବା ଯୋଗୁଁ ଜଣେ ମହିଳା କୁନି ଶିଶୁର ତଣ୍ଟି ଚିପି ଦେବାକୁ ପୁଲିସ ସହଜରେ ଗ୍ରହଣ କରିପାରୁନି । ଆସନ୍ତାକାଲିର ଜେରାକୁ ଅପେକ୍ଷା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.